ସ୍ପଲ ବୋଝେଇ ହାଇୱା ଜବତ ;୨ ଜଣ ଚାଳକ ଗିରଫ

ବେଗୁନିଆ : ବେଗୁନିଆ ଥାନା ଅଞ୍ଚଳରେ ବିଭିନ୍ନ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ବୃଦ୍ଧି ପାଉଥିବା ସମୟରେ ବେଗୁନିଆ ଥାନା ଅଧିକାରୀଙ୍କ ଘନ ଘନ ଚଢ଼ାଉ ଯୋଗୁଁ ମାଫିଆ ମାନଙ୍କ ମଧ୍ୟରେ ଭୟ ଦେଖା ଦେଇଛି । ବେଗୁନିଆ ପୁଲିସ ଭୋର ସମୟରେ ରଣପୁର ଯାଉଥିବା ଦୁଇଟି ସ୍ପଲ ବୋଝେଇ ହାଇୱା ଜବତ କରି ଆଣି ଥାନାରେ ରଖିଛି ।  ଗାଡି ଦୁଇଟି ଗଡମାଣତୀର ଦେଇ ରଣପୁର ଯାଉଥିବା ସମୟରେ ଥାନା ଅଧିକାରୀ ଲକ୍ଷ୍ମୀ ପ୍ରସାଦ ଶତପଥୀ ଏବଂ ଥାନା କର୍ମଚାରୀମାନେ ଗଡ଼ମାଣତିରସ୍ଥିତ ରାମଚଣ୍ଡୀ ମନ୍ଦିର ନିକଟରୁ ଗାଡି ଦୁଇଟିକୁ ଜବତ କରି ଥାନାକୁ ଆଣିଛନ୍ତି । ଗତ କିଛି ଦିନ ତଳେ ୯ ଟି ପଥର ବୋଝେଇ ମିନିଟ୍ରକ ଏବଂ ଟ୍ରକରେ ପଥର ଚୋରା ଚାଲାଣ ହେଉଥିବା ବେଳେ ଖବର ପାଇ ଏକକାଳୀନ୯ଟି ଯାକ ପଥର ଗାଡିକୁ ଜବତ କରିଥିଲେ । ଗାଡି ଦୁଇଟିର ଚାଳକ ରଣପୁର ରାଧାମୋହନପୁର ଗ୍ରାମର ପ୍ରସନ୍ନ ପ୍ରଧାନ ଏବଂ କଣାସ ରାଣୀପଡାର ରଶ୍ମିରଞ୍ଜନ ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଗାଡି ମାଲିକଙ୍କ ନାମରେ କେଶ ରୁଜୁ ହୋଇଥିବାର ଜଣାପଡିଛି । ଏତେ ସଂଖ୍ୟକ ଗାଡି ଥାନାରେ ରଖିବା ପାଇଁ ସ୍ଥାନର ଅଭାବ ଦେଖାଦେଇଛି ।

Comments are closed.