ମିଶନଶକ୍ତିର ଗୃହ ପ୍ରବେଶ ଉତ୍ସବ

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ବଡବେରଣା ମିଶନଶକ୍ତି ଗୃହ ପ୍ରବେଶ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଗୃହରେ ହୋମ ଓ ପୂଜାର୍ଚ୍ଚନା ସହ କାର୍ଯ୍ୟାରମ୍ଭ ହୋଇଛି। ପଞ୍ଚାୟତ କାର୍ଯ୍ୟାଳୟର ଉପରମହଲାରେ ମିଶନ ଶକ୍ତି ଗୃହ ନିର୍ମାଣ କାର୍ଯ୍ୟ ଦୀର୍ଘଦିନ ହେବ ସମ୍ପୂର୍ଣ ହୋଇ ପଡିରହିଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇନଥିଲା। ମିଶନଶକ୍ତି କାର୍ଯ୍ୟାଳୟ ରାଜୀବଗାନ୍ଧି ଗୃହର ଗୋଟିଏ କୋଠରୀରେ କାର୍ଯ୍ୟ କରୁଥିଲା । ଏମବିକେ ସବିତା ବେହେରା, ସଭାନେତ୍ରୀ ପାର୍ବତୀ ପଣ୍ଡା, ସମ୍ପାଦିକା ମମତରାଣୀ ମହାପାତ୍ରଙ୍କ ସମେତ ସମସ୍ତ ସିଆରପି ଓ ଅନ୍ୟ ସଭ୍ୟମାନେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Comments are closed.