ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ

ବେଗୁନିଆ :  ବେଗୁନିଆରେ ଅବସ୍ଥିତ ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ଆଜି ବେଗୁନିଆ ଦେବୀ ମଣ୍ଡପ ଠାରେ କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ସଂଘର ସଭାପତି ସତ୍ୟବାଦୀ ସାହୁ, ଦୀନବନ୍ଧୁ ଦାଶ ,କୁଳମଣି ବଳିଆରସିଂହ ଏବଂ ଉପେନ୍ଦ୍ରକୁମାର ସାହୁଙ୍କ ସମେତ ସଂଘର ଅନ୍ୟ କର୍ମକର୍ତ୍ତାମାନେ ଲୋକମାନଙ୍କୁ ମାସ୍କ ବାଣ୍ଟିବା ସହିତ ବେଗୁନିଆ ପରିବା ହାଟରେ ମାସ୍କ ବାଣ୍ଟି ଲୋକମାନଙ୍କୁ ସଚେତନ କରିଥିଲେ ।କୋଭିଡର ତୃତୀୟ ଲହର ପାଇଁ ଏକ ସଚେତନତା ଧର୍ମୀ ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା ।ସଭାପତି ଶ୍ରୀ ସାହୁ କରୋନା ସଚେତନତା ଉପରେ ଏକ କବିତା ରଚନା କରି ବଣ୍ଟନ କରିବା ସହିତ ଏକ ପ୍ରହେଳିକା ପ୍ରଶ୍ନ କରିଛନ୍ତି ।

Comments are closed.