ବେଗୁନିଆରେ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳିତ

ବେଗୁନିଆ: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କ ୧୩୨ ତମ ଜୟନ୍ତୀ ବେଗୁନିଆ ସଦର ମହକୁମାରେ ସ୍ବେଛାସେବୀ ସଂଗଠନ ପକ୍ଷରୁ ପାଳିତ ହୋଇ ଯାଇଛି। ବାସୁଦେବ ବେହେରାଙ୍କ ଅକ୍ଷବକ୍ଷହକତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ବର୍ଗତ ଚୌଧୁରୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ପରେ ପ୍ରତିମା ପ୍ରଧାନ ସ୍ୱରଚିତ ଶ୍ରଦ୍ଧାଞ୍ଜଳି ସଙ୍ଗୀତ ଗାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଅଧକ୍ଷ ରବୀନ୍ଦ୍ରନାଥ ପାଣିଗ୍ରାହୀ, ସାମ୍ବାଦିକ ବିବେକାନନ୍ଦ ମିଶ୍ର ,ନାଏବ ସରପଞ୍ଚ ପ୍ରସନ୍ନ କୁମାର ବାରିକ ,କାନହୁଁଚରଣ ବେହେରା ,ମନୋଜକୁମାର ମହାପାତ୍ର , ଶିବ କୁମାର ମୁନୀ ,କଳ୍ପତରୁ ପଣ୍ଡା ,ସୁରେନ୍ଦ୍ର ପ୍ରଧାନ ଏବଂ ବାସନ୍ତୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଚୌଧୁରୀଙ୍କ ଅନନ୍ୟ ଦେଶପ୍ରେମ ଓ ସାମ୍ୟବାଦ ନୀତି ଉପରେ ଆଲୋକପାତ କରିଥିଲେ ।

Comments are closed.