ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଭିନ୍ନକ୍ଷମ ଦିବସ ପାଳନ

ବେଗୁନିଆ: ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ବେଗୁନିଆ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ବେଗୁନିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ତତ୍ବାବଧାନରେ ଭିନ୍ନକ୍ଷମ ଦିବସ ପାଳନ କରାଯାଇଥିଲା। ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଏବଂ ସେମାନଙ୍କର ଅଭିବାବକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ବିଡିଓ ଲଷ୍ମୀଧର ସାହୁ ଉଦଘାଟନ କରିଥିଲେ। ବ୍ଲକ ଅଧ୍ୟକ୍ଷ। ଜାନକୀ ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମ୍ୟୁଜିକ ଚେୟାର, ଆଳୁ ଚାମଚ ଦୌଡ, ବାସ୍କେଟ ବଲ, ଝୋଟି, ପେଣ୍ଟିଙ୍ଗ ଏବଂ ଚିତ୍ରାଙ୍କନ ଆଦି ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ସାର୍ଟିଫିକେଟ ସହିତ ପୁରସ୍କାର ପ୍ରଦାନ କରିଥିଲେ। ସମଗ୍ର ଶିକ୍ଷା ଅଭିଯାନ ତରଫରୁ ୨ଟି ଟ୍ରାଇ ସାଇକେଲ, ୧୪ଟି ହୁଇଲ ଚେୟାର, ୬ଟି ସିପି ଚେୟାର ଏବଂ ୨ଟି ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ବଣ୍ଟନ କରିଥିଲେ। କାର୍ଯ୍ୟରତ ସମସ୍ତ ସିଆରସିସି ଏବଂ ସାଧନକର୍ମୀ ରଶ୍ମିତା ସାହୁ, ରଂଜିତା ବେଉରା ଏବଂ ପ୍ରସନ୍ନ କୁମାର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଶେଷରେ ବିଆରସିସି ତଥା ଏବିଇଓ ଦିଲ୍ଲୀପ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.