ବେଗୁନିଆରେ ମେଗା ରକ୍ତଦାନ ଶିବିର, ୫୩୧ ୟୁନିଟ ରକ୍ତ ସଂଗ୍ରହ

ବେଗୁନିଆ: ବେଗୁନିଆର ବିଭିନ୍ନ ସ୍ଥାନରେ ଆଜି ମୋ ପରିବାର ଜୀବନବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।ଏଥିରେ ୫୩୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବାର ଜଣାପଡିଛି। ବେଗୁନିଆ ମହାବିଦ୍ୟାଳୟ, ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ, ବେଗୁନିଆ ବ୍ଲକ, ମିନି ଷ୍ଟାଡିୟମ ଏବଂ ବୀଣାପାଣି କ୍ଲବ ଓ ଲାଇବ୍ରେରୀରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ବେଗୁନିଆ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଯୁବ ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।

ସମସ୍ତ କାର୍ଯ୍ୟକ୍ରମକୁ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଉଦଘାଟନ କରିଥିଲେ। ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରାଧ୍ୟାପକ କାର୍ତ୍ତିକ ଚରଣ ପୃଷ୍ଟି, ଅଧ୍ୟାପକ ବିଧୁଭୂଷଣ ରାଉତ ଏବଂ ଅଧ୍ୟାପକ ବିଜୟଲଷ୍ମୀ ସୁବୁଦ୍ଧି ପରିଚାଳନା କରିଥିଲେ। କଲେଜ ଅଧ୍ୟକ୍ଷ ଡ଼ଃ ଦିଲ୍ଲୀପ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱ।ବଧାନରେ କାର୍ଯ୍ୟକ୍ରମ ସମ୍ପୂର୍ଣ ହୋଇଥିଲା। ଏହି ଶିବିରରେ ୮୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ, ବୀଣାପାଣି ପାଠାଗାର ଏବଂ କ୍ଲବରେ ୨୦୩ ୟୁନିଟ, ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ୯୧ ୟୁନିଟ, ମିନି ଷ୍ଟାଡିୟମରେ ୧୧୭ ୟୁନିଟ ଏବଂ ବେଗୁନିଆ ବ୍ଲକରେ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡିଛି।

Comments are closed.