ବାୟୋଲୋଜିକାଲ ଟେଷ୍ଟରୁ ଜଣା ପଡିଲା,ବାର୍ଡଫ୍ଲୁର ଆଶଙ୍କା ନାହିଁ

ବେଗୁନିଆ: ବେଗୁନିଆ ବ୍ଲକ କୋତଳାଙ୍ଗ ଗ୍ରାମ ନିକଟରେ ଥିବା ହନୁମାନ ମନ୍ଦିର ପାଖରେ ଗତ ୮ ତାରିଖ ଦିନ ୯ଟି କାଉ ମରି ପଡ଼ିଥିଲେ। ଏହି ଘଟଣାକୁ ଦେଖି ବିଭିନ୍ନ ଗଣମାଧ୍ୟମରେ ବାର୍ଡ ଫ୍ଲୁର ଆଶଙ୍କା ଖବର ପ୍ରକାଶ ପାଇଥିଲା। ସତ୍ୟାସତ୍ୟ ନଜାଣି ବାର୍ଡ ଫ୍ଲୁ ଯୋଗୁଁ କାଉଗୁଡିକ ମରିଯାଇଛନ୍ତି ବୋଲି ସମ୍ବାଦ ପ୍ରକାଶ ପାଇବା ପରେ କୁକୁଡ଼ା ଚାଷୀମାନଙ୍କ ମଧ୍ୟରେ ଭାଳେଣି ପଡିଥିଲା। କିନ୍ତୁ ପ୍ରକୃତରେ କାଉଗୁଡିକ କେମିତି ମରିଛନ୍ତି ଜାଣିବା ପାଇଁ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ବିଶ୍ୱରଞ୍ଜନ ରାଉତ ଏବଂ ଜିଲ୍ଲା କାର୍ଯ୍ୟାଳୟର ଡାକ୍ତର ବିରେନ୍ଦ୍ର କୁମାର ପୃଷ୍ଟି ଘଟଣାସ୍ଥଳକୁ ଯାଇ ଗୋଟିଏ ମଲା କାଉ ଏବଂ୧୦ଟି କୁକୁଡ଼ାଙ୍କ ସାମ୍ପଲ ନେଇ ଫୁଲନଖରାସ୍ଥିତ ପ୍ରାଣୀ ଗବେଷଣା କେନ୍ଦ୍ର (ଏଡିଆରଆଇ)କୁ ଗତ୯ ତାରିଖ ଦିନ ବାୟୋଲୋଜିକାଲ ଟେଷ୍ଟ ପାଇଁ ପଠାଇଥିଲେ।

ଗତକାଲି ୧୦ ତାରିଖରେ ଆସିଥିବା ବାୟୋଲୋଜିକାଲ ରିପୋର୍ଟରୁ ବାର୍ଡ ଫ୍ଲୁର କୌଣସି ଲକ୍ଷଣ ନାହିଁ ଏବଂ କାଉଗୁଡିକ ଖାଇଥିବା ଖାଦ୍ୟରେ ବିଷ ପ୍ରକ୍ରିୟା ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି ବୋଲି ଜଣାପଡିଛି। ଏହା ସହିତ ଆଜି ଆଖ ପାଖ ଅଞ୍ଚଳରେ ଥିବା କୁକୁଡ଼ା ଫାର୍ମ ଗୁଡିକରୁ ୨୫ ଟି କୁକୁଡ଼ା ସାମ୍ପଲ ସଂଗ୍ରହ କରାଯାଇ ଗବେଷଣା କେନ୍ଦ୍ରକୁ ପଠାଯାଇଛି ବୋଲି ଡାକ୍ତର ରାଉତ କହିଛନ୍ତି।

Comments are closed.