କୃଷକ ସଭା ପକ୍ଷରୁ ୧୨ଦଫା ଦାବି ନେଇ ବିକ୍ଷୋଭ

ବେଗୁନିଆ: ବେଗୁନିଆ ଥାନା ଅନ୍ତର୍ଗତ ପିଚୁକୁଳିସ୍ଥିତ ସିପିଆଇ ଆଇ କାର୍ଯ୍ୟାଳୟ ପରିସରରେ କୃଷକ ସଭା ପକ୍ଷରୁ କୃଷି ବିଲ ପ୍ରତ୍ୟାହାର ଦାବିରେ କୃଷକ ନେତା ସୁମନ୍ତ ଛୋଟରାୟଙ୍କ ନେତୃତ୍ୱରେ ୧୨ ଦଫା ଦାବି ସମ୍ବଳିତ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଥିଲା। ଏଥିରେ କୃଷି କ୍ଷେତ୍ରରୁ କର୍ପୋରେଟ ହଟାଅ ଓ ଦେଶର କୃଷକ ବଞ୍ଚାଅ ନାରା ଦେଇ ସ୍ଥାନୀୟ ବଜାର ପରିକ୍ରମା କରିବା ସହ ଖାଉଟି ଓ କୃଷକ ବିରୋଧି ଅତ୍ୟାବଶ୍ୟକୀୟ ଆଇନ ରଦ୍ଦ କରିବା ସହ ସାମଗ୍ରୀ ଗୁଡିକୁ ଗଣ ବଣ୍ଟନ ବ୍ୟବସ୍ଥାରେ ସୁଲଭ ମୂଲ୍ୟରେ ବଣ୍ଟନ କରାଯାଉ,କୃଷିଜାତ ଦ୍ରବ୍ୟକୁ ନିୟନ୍ତ୍ରଣ ମୁକ୍ତ କରି ମଣ୍ଡି ବ୍ୟବସ୍ଥାକୁ ସୁଦୃଢ କରି ଜାତୀୟ କୃଷକ କମିଶନ ସୁପାରିଶ ଅନୁଯାଇ ମୋଟ ଖର୍ଚ୍ଚର ଦେଢ଼ଗୁଣ ମୂଲ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ୟ୍ୟ କରାଯାଉ,ଠିକା ଚାଷ ଵ୍ୟଵସ୍ଥାକୁ ବନ୍ଦ କରି ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଦିଆଯାଉ,କୃଷକଙ୍କର ଋଣ ଛାଡ କରିବା ସହ ସମସ୍ତ ଚାଷୀଙ୍କୁ ସୁଧମୁକ୍ତ ଋଣ ପ୍ରଦାନ କରାଯାଉ, କୃଷକ ଓ ଜନ ବିରୋଧି ନୂତନ ବିଦ୍ୟୁତ ବିଲକୁ ପ୍ରତ୍ୟାହାର କରିବା ସହ ସୁଲଭ ମୂଲ୍ୟରେ ନିରନ୍ତର ଭାବେ ବିଜୁଳି ଯୋଗାଇ ଦିଆଯାଉ,ପରିବେଶ ଧ୍ଵଂସ ଓ ଜମି ଲୁଣ୍ଠନ ପାଇଁ ପରିବେଶଗତ ବିଜ୍ଞପ୍ତି ପ୍ରକାଶ ପାଇବା ସହ କୃଷି ଜମିକୁ ସୁରକ୍ଷିତ କରାଯାଉ,ପ୍ରାକୃତିକ ବିପର୍ୟ୍ୟୟ ସମୟରେ ଫସଲ ଜନିତ କ୍ଷତି ପାଇଁ କ୍ଷତି ପୂରଣ ପ୍ରଦାନ କରାଯାଉ,ଡିଜେଲ ମୂଲ୍ୟବୃଦ୍ଧିକୁ ପ୍ରତ୍ୟାହାର କରି ରିହାତି ଦରରେ ଯୋଗାଇ ଦିଆଯାଉ,କୃଷିଜାତ ଦ୍ରବ୍ୟର ଅନ୍ତର୍ଜାତୀୟ ବଜାରରେ ମୁକ୍ତ ବାଣିଜ୍ୟ ରାଜିନାମା ବିକ୍ରିକୁ ବାତିଲ କରାଯାଉ,ମନରେଗା ଯୋଜନାକୁ କୃଷି କାର୍ୟ୍ୟରେ ଅନ୍ତର୍ଭୁକ୍ତ କରି ବାର୍ଷିକ ୨ ଶହ ଦିନର କାମ ଓ ୬ ଶହ ଟଙ୍କା ଧାର୍ଯ୍ୟ କରାଯାଉ, ସରକାରୀ ଭାବେ ସମସ୍ତଙ୍କୁ ଉନ୍ନତ ମାନର ଚିକିତ୍ସା ସୁବିଧା ଯୋଗାଇବା ସହ କରୋନା ପରିକ୍ଷା ନିମନ୍ତେ ବ୍ୟବସ୍ଥା କରାଯାଉ ଓ ସମସ୍ତ କୃଷକ ପରିବାର ପାଇଁ ୭ ହଜାର ୫ଶହଟଙ୍କା ଓ ୧୦କେଜି ଚାଉଳ ଓ ଗହମ ପ୍ରଦାନ କରାଯାଉ ବୋଲି ଦାବି ଗୁଡିକ ଉପସ୍ଥାପନ କରିଥିଲେ । ଏହି ପ୍ରତିବାଦ ସଭାରେ ପୂର୍ବତନ ସରପଞ୍ଚ ବିଜୟ କୁମାର ଗୁମାନସିଂହ, ବସନ୍ତ ସେଠି, ଅଜୟ ମଙ୍ଗରାଜ, କେଳୁ ଦେଉରୀ, କେଳୁ ଶ୍ରୀଚନ୍ଦନ, ଧନେଶ୍ୱର ମାର୍ଥା,ଲଛମନ ନାୟକ, ରାଜ କିଶୋର ସ୍ୱାଇଁ, ଅନନ୍ତ ପ୍ରଧାନ, ସୁବଳ ରଣା, ଶ୍ରୀ ନିବାସ ମାନସିଂହ, ବଳଭଦ୍ର ମାଝୀ, ଅନନ୍ତ ପ୍ରଧାନ, ବୃନ୍ଦାବନ ନାୟକ, ବିମ୍ବାଧର ପରିଡା, ସୁରେନ୍ଦ୍ର ନାୟକ, ମମତା ନାୟକ, କଁଚି ଦେଇ ଓ ଗୌରୀ ଦେଇଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ ।

Comments are closed.