ଗଂପୁର ଗ୍ରାମରୁ ଚୋରି

ବେଗୁନିଆ: ବାଘମାରୀ ଥାନା ଅନ୍ତର୍ଗତ ଗଂପୁର ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ନଗଦ ଟଙ୍କା ସହିତ ସୁନାଗହଣା ଚୋରି ହୋଇଥିବାର ଥାନାରେ ଅଭିଯୋଗ ହୋଇଛି। ସମ୍ପୃକ୍ତ ଗ୍ରାମର ବେଣୁଧର ସାହୁଙ୍କର ବାଡ଼ିପଟ କବାଟ ଭାଙ୍ଗି କେହି ଦୁର୍ବୁର୍ତ୍ତ ତାଙ୍କ ଘରେ ପଶିଥିଲା। ଘର ଭିତରେ ଥିବା ଆଲମୀରା ଖୋଲି ସେଥିରେ ଥିବା ୫୦ ହଜାର ଟଙ୍କା, ଗୋଟିଏ ହାର ଏବଂ ୨ହଳ ପାଉଁଜି ନେଇ ଯାଇଥିବାର ସେ ଆଜି ଥାନାରେ ଅଭିଯୋଗ କରିବା ପରେ ଥାନା ଏଏସଆଇ ପୂର୍ଣ୍ଣଚନ୍ଦ୍ର ଜେନା ୮୪/୨୧ନଂ କେଶ ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି।

Comments are closed.