ବିହନ ବିଶୋଧନ ପ୍ରଦର୍ଶନ କାର୍ଯ୍ୟକ୍ରମ

ବେଗୁନିଆ : କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନସ୍ଥ କୃଷି ଜିଲ୍ଲା ଅଧିକାରୀ ନାରାୟଣ ସେଠୀଙ୍କ ସହାୟତାରେ ଏବଂ ବ୍ଲକ ଭାରପ୍ରାପ୍ତ କୃଷି ଅଧିକାରୀ ସୀତାରତ୍ନମାଳା ଦାସଙ୍କ ପ୍ରତେକ୍ଷ ତତ୍ୱାବଧାନରେ ୨୦୨୧-୨୨ଖରିଫ ଚାଷ ପାଇଁ ବ୍ଲକର ବିଭିନ୍ନ ପଞ୍ଚାୟତର ୧୦ ଟି ସ୍ଥାନରେ ବିହନ ବିଶୋଧନ ପ୍ରଦର୍ଶନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ୟ୍ୟକ୍ରମ ବ୍ଲକର କୁସପଲା ,ଗଂପୁର ,ଓସ୍ତପୁର ,କୁରାଢ଼ୀଲ ,ଲୋକିପୁର ,ବୋତଳମା ,କାଳୁଚୁଆ ପାଟଣା ,ସିକୋ ,ରାଉତପଡା ଏବଂ ଚକାପଦା ଠାରେ ଅନୁଷ୍ଠିତ ହୋଇଥିଲା ।ଗତ ମାସ୨୮ ତାରିଖରୁ ଏହି କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା ।ପୂର୍ବରୁ ଏହି କାର୍ୟ୍ୟକ୍ରମ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନିଜେ ଆୟୋଜନ କରୁଥିବାବେଳେ ଚଳିତ ବର୍ଷ ଠାରୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କରାଯାଉଛି ।ବେଗୁନିଆର ବଡ଼ପିଲ ସ୍ୱୟଂ ସହାୟକ ଗୋଷ୍ଠୀ ଏହି କାର୍ୟ୍ୟକ୍ରମର ପରିଚାଳନା ଦାୟିତ୍ୱ ନେଇଛନ୍ତି ।ଭାରପ୍ରାପ୍ତ ବ୍ଲକ କୃଷି ଅଧିକାରୀ ଶ୍ରୀମତୀ ଦାସ ଏବଂ ଜିଲ୍ଲା କୃଷି ଅଧିକାରୀ ନାରାୟଣ ସେଠୀ ଚାଷୀ ମାନଙ୍କୁ ବିହନ ବିଶୋଧନ ପ୍ରଣାଳୀ ବିଷୟରେ ଅବଗତ କରାଇ ଶସ୍ୟକୁ କିପରି ରୋଗ ପୋକ ଦାଉରୁ ସୁରକ୍ଷିତ ରଖାଯାଇ ପାରିବା ସହିତ ଫସଲକୁ କିପରି ସୁରକ୍ଷା ଦେଇହେବ ସେ ସଂକ୍ରାନ୍ତରେ ଚାଷୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।ଆତ୍ମାର ଅଧ୍ୟକ୍ଷ ଶ୍ରୀନିବାସ ପାଇକରାୟ ଏହି ସବୁ କାର୍ୟ୍ୟକ୍ରମରେ ଯୋଗ ଦେଇ ସଭା ପରିଚାଳନା କରିଥିଲେ ।ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ଚାଷୀମାନଙ୍କୁ ବିହନ ବିଶୋଧକ ,ମାସ୍କ ଏବଂ ସାନିଟାଇଜର ବଣ୍ଟନ କରାଯାଇ କୋଭିଡ ନୀତି ନିୟମ ଅନୁଯାୟୀ ସଭା କରାଯାଇଥିଲା ।

Comments are closed.