ଲୋକଙ୍କୁ ମିଳୁନି ସେବା ; ଖତ ଖାଉଛି ଆମ୍ବୁଲାନ୍ସ

ବେଗୁନିଆ : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଲୋକମାନଙ୍କୁ ସେବା ଯୋଗାଇଦେବା ପାଇଁ ସରକାର ପ୍ରତି ଡାକ୍ତରଖାନାକୁ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦେଇଛନ୍ତି । କିନ୍ତୁ ଲୋକମାନେ ଜରୁରୀକାଳୀନ ଚିକିସ୍ଥା କ୍ଷେତ୍ରରେ ୧୦୮ ଆମ୍ବୁଲାନ୍ସ ସେବା ପାଇବା ପାଇଁ ଡହଳ ବିକଳ ହେଉଥିବା ଦେଖାଯାଉଛି। ଗ୍ରାମାଞ୍ଚଳର ଲୋକମାନଙ୍କ ପାଖରେ ଗମନାଗମନର ପର୍ଯ୍ୟାପ୍ତ ସୁବିଧା ସୁଯୋଗ ନାହିଁ । ଯେଉଁଥି ପାଇଁ ସେମାନେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ସହଭାଗିତାରେ ଉପଲବ୍ଧ ୧୦୮ ଆମ୍ବୁଲାନ୍ସ ସେବା ଉପରେ ଲୋକେ ଅଧିକ ନିର୍ଭରଶୀଳ । ବେଗୁନିଆ ଡାକ୍ତରଖାନା ପରିସରରେ ୧୦ ଶଯ୍ୟା ବିଶିଷ୍ଟ ବିଲ୍ଡିଂ ପଛପଟେ ଥିବା ପଣସ ଗଛ ନିକଟରେ ଖତ ଖାଉଥିବା ଆମ୍ବୁଲାନ୍ସ , ଦୀର୍ଘ ୬ ମାସରୁ ଉର୍ଧ୍ଵ ସମୟ ହେବ ଏଠାରେ ଖତ ଖାଉଥିବା ବେଳେ ଏହା ଉପରୁ ଲୋକମାନଙ୍କ ନଜର ଏଡ଼ାଇବା ପାଇଁ ତାକୁ ଏକ ପ୍ରକାର ଲୁଚାଇ ରଖା ଯାଇଥିବା ଭଳି ମନେ ହେଉଛି ।
ସାଧାରଣ ଲୋକମାନଙ୍କର ନଜର ଯେପରି ସହଜରେ ନପଡିବ ତାକୁ ସେହିପରି ଜାଗାରେ ରଖାଯାଇଛି ।ସୂଚନା ଅନୁସାରେ ଏହି ଗାଡିଟି ଏଠାରେ ଖରାପ ହୋଇ ପଡିରହିଛି । ଏହାକୁ ନେଇ ସ୍ଥାନୀୟବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

Comments are closed.