ମାନିଲେନି କରୋନା ନିୟମ; ତଣ୍ଡ ଗଣିଲେ

ବେଗୁନିଆ : ବେଗୁନିଆ ବ୍ଲକରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଲୋକମାନେ ଆଉ ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦେଉନଥିବାର ଦେଖିବାକୁ ମିଳୁଛି। ଏବେ ଏଠାର ଜନସାଧାରଣଙ୍କ ଉପରେ ପ୍ରଶାସନର କୌଣସି କର୍ତ୍ତୃତ୍ୱ ଥିବାପରି ମନେ ହେଉନାହିଁ। ଏହି ଆଇନ୍ ଉଲ୍ଲଙ୍ଘନକାରୀଙ୍କୁ କୌଣସି ପ୍ରକାରେ ବାଟକୁ ଆଣିବା ପାଇଁ ବେଗୁନିଆ ତହସିଲଦାର ବିବେକାନନ୍ଦ ପରିଡା ବିଭିନ୍ନ ସ୍ଥାନରେ ଚଢ଼ଉ କରି ଜୋରିମାନା ଆଦାୟ କରୁଥିବାବେଳେ ଆଜି ତହସିଲଦାରଙ୍କ ନିର୍ଦେଶରେ କାର୍ଯ୍ୟାଳୟର ରେକର୍ଡକିପର ପତିତପାବନ ମହାପାତ୍ର, କୁରାଢ଼ିଲ ଆରଆଇ ସୁରେଶକୁମାର ପ୍ରଧାନ ଏବଂ ବେଗୁନିଆ ଆରଆଇ ବିଜୟକୁମାର ମାର୍ଥା ପ୍ରମୁଖ ବାଘମାରୀ, ପରିଚ୍ଛଳ ଓ ଡାଳତୋଳା ଆଦି ସ୍ଥାନରେ ପହଞ୍ଚି ମାସ୍କ ପିନ୍ଧିନଥିବା ତଥା କରୋନା ଆଇନ ଉଲ୍ଲଙ୍ଘନକାରୀଙ୍କଠାରୁ ୩ହଜାର ୩୦୦ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡିଛି।

Comments are closed.