ଅଭିଯୁକ୍ତ ଗିରଫ ଦାବି ସହିତ ପରିବାର ସୁରକ୍ଷା ନେଇ ଏସପିଙ୍କୁ ଭେଟିଲେ ସତ୍ୟଭାମା

ଖୋର୍ଦ୍ଧା : ଜୀବନ ପ୍ରତି ବିପଦ ରହିଥିବାରୁ ସୁରକ୍ଷା ନେଇ ପରିବାର ଲୋକେ ଆଜି ଏସପିଙ୍କୁ ଭେଟି ସୁରକ୍ଷା ମାଗିବା ସହିତ ନ୍ୟାୟ ପାଇଁ ଅନୁରୋଧ କରିଛନ୍ତି ଗୋରଡିଝରି ଗାଁର ସତ୍ୟଭାମା ନାୟକ। ଏଭଳି ଘଟଣା ଘଟିଛି ବାଣପୁର ଥାନା ଅନ୍ତର୍ଗତ ଗୋରଡାଝରୀ ଗାଁ ର ଦୁଃଖିରାମ ନାୟକଙ୍କ ପରିବାର ପକ୍ଷରେ। ଅଭିଯୋଗ ଅନୁଯାୟୀ ଦୁଃଖିରାମ ନିଜ ପରିବାର ପ୍ରତିପୋଷଣ ପାଇଁ ଦୁବାଇର ଏକ କମ୍ପାନୀରେ କାର୍ଯ୍ୟ କରନ୍ତି। ତେବେ ଦୁଃଖିରାମ ଗାଁରେ ରହୁନଥିବାରୁ କିଛି ଖଳ ପ୍ରକୃତିର ଲୋକ ତାଙ୍କର ଜମି ସମ୍ପତି ହଡପ କରିବା ନେଇ ଦୁଃଖିରାମଙ୍କ ପରିବାର ଉପରେ ଦାଉ ସାଧିଛନ୍ତି। ତେଣୁ ଘରର ମୁରବୀ ନଥିବାର ସୁଯୋଗ ନେଇ ଗତ ୧୨ତାରିଖ ଦିନ ପକୁନି ମାନସଂହ ଓ ତାର ପାଞ୍ଚ ଜଣ ସହଯୋଗୀ ସତ୍ୟଭାମା ତାଙ୍କ ପୁଅଙ୍କ ସମେତ ପରିବାରର ଅନ୍ୟ ସଦସ୍ୟଙ୍କୁ ଆକ୍ରମଣ କରିଥିଲେ। ପରିବାର ଲୋକଙ୍କୁ ମାଡ ମାରିବା ସହିତ ବନ୍ଧୁକ ଦେଖାଇ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି। ଏନେଇ ଦୁଃଖିରାମଙ୍କ ପତ୍ନୀ ସତ୍ୟଭାମା ନାୟକ ବାଣପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ବାଣପୁର ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ବଦଳରେ ଅନୁକମ୍ପା ଦେଖାଉଥିବା ନେଇ ଅଭିଯୋଗ ହୋଇଛି। ଏପରିକି ପୁଲିସ ଆଗରେ ଅଭିଯୁକ୍ତମାନେ ବିଚରଣ କରୁଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଗିରଫ କରୁନାହିଁ। ଗିରଫ ନକରିବାରୁ ଅଭିଯୁକ୍ତମାନେ ପୁଲିସକୁ ଚାଲେଂଜ ଦେଇ ସତ୍ୟଭାମାଙ୍କ ପରିବାର ଲୋକଙ୍କୁ ପୁନର୍ବାର ଗତ ୨୯ତାରିଖ ଦିନ ରାତିରେ ସତ୍ୟଭାମାଙ୍କ ଘର ସମ୍ମୁଖରେ ଗାଳିଗୁଲଜ କରିଥିଲେ। ଏହାକୁ ବିରୋଧ କରିବାରୁ ସଂପୃକ୍ତ ଅଭିଯୁକ୍ତମାନେ ସତ୍ୟଭାମାଙ୍କ ସମେତ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ। ଏଥିରେ ସତ୍ୟଭାମା ଓ ତାଙ୍କ ପୁଅ ଆହତ ହୋଇଥିଲେ।କିନ୍ତୁ ଦିତୀୟ ଥର ବାଣପୁର ପୁଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତେଣୁ ପରିବାର ସୁରକ୍ଷା ଓ ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ସତ୍ୟଭାମା ଏସପିଙ୍କୁ ଅନୁରୋଧ କରିଛନ୍ତି। ଏନେଇ ଏସପି ଅଜୟ ପ୍ରତାପ ସ୍ୱାଇଁ ଖୁବଶୀଘ୍ର ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ବାଣପୁର ଥାନାଧିକାରୀଙ୍କୁ ଏନେଇ ତାଗିଦ କରିଥିବା ଜଣାପଡ଼ିଛି।

Comments are closed.