କରୋନା ମୁକାବିଲା ପାଇଁ ଅଣ୍ଟା ଭିଡିଲା ବେଦାନ୍ତ ମେଡିକାଲ ଟିମ୍‌

ଖୋଲା ଗଲା ଆଇସୁଲେସନ ୱାର୍ଡ, କରୋନାକୁ ନେଇ ଭୟଭୀତ ନହେବାକୁ ପରାମର୍ଶ

ଲାଞ୍ଜିଗଡ଼ : କରୋନାକୁ ନେଇ ସାରା ରାଜ୍ୟରେ ଆତଙ୍କ ଦେଖା ଦେଇଥିବା ବେଳେ ଏହାର ମୁକାବିଲା କରିବା ପାଇଁ ସରକାର ବହୁତ ପଦକ୍ଷେପ ଗ୍ରହଣ କରିଛନ୍ତି। ଗତକାଲି ସୋମବାର ଦିନ ଲାଞ୍ଜିଗଡ ବ୍ଲକ ପ୍ରଶାସନ ତରଫରୁ ବିଭିନ୍ନ ଗାଁକୁ ଯାଇ କରୋନାକୁ ନେଇ ଜନ ସଚେତନା କରାଯାଇଥିବା ବେଳେ ଆଜି ବେଦାନ୍ତ ଟିମ୍ ଅମର ମହାନ୍ତିଙ୍କ ନେତୃତ୍ୱରେ ଲାଞ୍ଜିଗଡ ବ୍ଲକର କପାଗୁଡା, ବନ୍ଧଗୁଡା, ରସବୋଣ୍ଡେଲ, ଲଙ୍ଗଳବେଡା, ବାଣିପଙ୍ଗା ଆଦି ଗାଁକୁ ଯାଇ କରୋନାକୁ ନେଇ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ଗାଁରେ ଗୋଷ୍ଠୀଭିତ୍ତିକ କର୍ମଚାରୀ ବାହାରୁ ଆସୁଥିବା ଲୋକମାନଙ୍କ ଉପରେ ନଜର ରଖିବେ ବୋଲି କୁହାଯାଇଛି। ବେଦାନ୍ତ ଡାକ୍ତରଖାନାରେ ଆଇସୁଲେସନ ୱାର୍ଡ ମଧ୍ୟ ଖୋଲାଯାଇଛି। ଡ.ପ୍ରଶାନ୍ତ ପରମାଣିକ, ଫାରମାସିଷ୍ଟ ନିତେଶ ପୁରୋହିତ,କ ମ୍ୟୁନିଟି ୱାର୍କର ମହେନ୍ଦ୍ର ହିଆଲ, ଅଶୋକ ଖୁରା, ଅଜିତ ପ୍ରଧାନ, ସୁଦାମ ମହାକୁଡ ପ୍ରମୁଖ ଗାଁକୁ ଯାଇ ହୋଡିଙ୍ଗ୍ ଓ ବ୍ୟାନେର ଲଗାଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛନ୍ତି ।

Comments are closed.