ତ୍ୱଚା ପାଇଁ ବରଦାନ ଚନ୍ଦନ

ଅନିୟମିତ ଜୀବନଶୈଳୀ ସହ ଦୂଷିତ ବାୟୁମଣ୍ଡଳ କାରଣରୁ ଆଜିକାଲି ଅଧିକାଂଶ ଲୋକଙ୍କର ତ୍ୱଚା ସମସ୍ୟା ଦେଖାଦେଉଛି। ଏନେଇ ଯେତେ ଉପଚାର କରାଇଲେ ମଧ୍ୟ ପ୍ରାୟତଃ ବିଫଳତା ହିଁ ମିଳୁଛି। ତେବେ ଏ କ୍ଷେତ୍ରରେ ତ୍ୱଚା ପାଇଁ ଖୁବ୍‍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ ଚନ୍ଦନ। ଏହା ତ୍ୱଚାକୁ ଥଣ୍ଡା କରିବା ସହ ତ୍ୱଚା ସମ୍ବନ୍ଧୀୟ ନାନାଦି ସମସ୍ୟା ଦୂର କରିଥାଏ। ଆସନ୍ତୁ ଜାଣିବା ତ୍ୱଚା ପାଇଁ ଚନ୍ଦନ କେତେ ଲାଭଦାୟକ –

-ଅତ୍ୟଧିକ ଖରା ତ୍ୱଚାକୁ ମଳିନ କରିଦିଏ। ଏହି ସନଟ୍ୟାନରୁ ମୁକ୍ତି ପାଇବା ପାଇଁ ଆପଣ ଚନ୍ଦନ ବ୍ୟବହାର କରିପାରିବେ। ଏହା ଟ୍ୟାନ ଦୂର କରିବାରେ ସାହାଯ୍ୟ କରିଥାଏ।
-ଏହା ତ୍ୱଚାକୁ ପୋଷଣ ଯୋଗାଇବା ସହ ଜମିଥିବା ତୈଳକୁ ମଧ୍ୟ ବାହାର କରିଥାଏ।
-ଖରା ଯୋଗୁଁ ତ୍ୱଚା କୁଣ୍ଡାଇ ହେବା, ତ୍ୱଚା ଲାଲ୍ ପଡ଼ିବା ଆଦି ବିଭିନ୍ନ ସମସ୍ୟା ଦେଖାଦିଏ। ଚନ୍ଦନରେ ରହିଛି ଆଣ୍ଟି-ଇନଫ୍ଲେମେଟୋରୀ ଗୁଣ ତେଣୁ ଏହାର ଲେପ ଲାଗାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।
-ପୋକ କାମୁଡ଼ିବା ବା କୌଣସି ଘା’ ରେ ଚନ୍ଦମ ତେଲ ଲଗାଇଲେ ଏହା ଶୀଘ୍ର ଭରିଥାଏ।
-ଚନ୍ଦନରେ ଥିବା ପ୍ରୋଟିନ୍ ତ୍ନଚାକୁ ଆଲର୍ଜିରୁ ଦୂରରେ ରଖେ।। ଏହାସହିତ ତ୍ୱଚାକୁ ଟାଇଟ୍ ରଖିବା ସହ ସଫା ରଖେ। ସେଥିପାଇଁ ଅଧିକାଂଶ ଫେସପ୍ୟାକରେ ଚନ୍ଦନ ବ୍ୟବହୃତ ହୋଇଥାଏ।
-ଧୂଳି, ମାଟି, ଜାବୀଣୁ ଆଦିର ସଂସ୍ପର୍ଶରେ ଆସୁଥିବା ତ୍ୱଚାରେ ବ୍ୟାକ୍ଟେରିଆ ସୃଷ୍ଟି ହୁଅନ୍ତି। ତେବେ ଚନ୍ଦନ ପାଉଡରରେ କ୍ଷୀର ମିଶାଇ ଲଗାଇବା ଦ୍ୱାରା ଏହା ତ୍ୱଚାକୁ ଭିତରକୁ ଯାଇ ଏହାକୁ ସଫା କରେ ଏବଂ ପୋଷଣ ଯୋଗାଏ।

Comments are closed.