ସୌନ୍ଦର୍ଯ୍ୟ ଚର୍ଚ୍ଚା

କାମର ଚାପ ହେଉ କି ମାନସିକ ଚିନ୍ତା କାରଣରୁ, କେତେଜଣଙ୍କ ତ୍ବଚାରେ ବୟସ ପୂର୍ବରୁ ଭାଙ୍ଗ ପଡ଼ିଯାଏ। ସରଳ ଘରୋଇ ଉପଚାର କଲେ, ଦିନକେଇଟାରେ ଆପଣଙ୍କ ତ୍ବଚା ପୂର୍ବ ଭଳି ସୁନ୍ଦର ହୋଇଯିବ।
– ଶୁଦ୍ଧ ନଡ଼ିଆ ତେଲରେ ତ୍ବଚାକୁ ପ୍ରତିଦିନ ମାଲିସ୍ କଲେ ତ୍ବଚା ଭାଙ୍ଗ ପଡ଼େନାହିଁ। ୨-୩ ମିନିଟ୍ ମାଲିସ୍ କରନ୍ତୁ। ନଡ଼ିଆ ତେଲରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତ୍ବଚାର ଭାଙ୍ଗକୁ ଦୂରେଇଦିଏ।
– ଅଲିଭ ତେଲକୁ ତୁଳାରେ ନେଇ ମୁହଁରେ ଲଗାଇବେ। ରାତିବେଳା ଏହି ତେଲ ଲଗାଇ ତହିଁ ଆରଦିନ ସକାଳୁ ମୁହଁ ଧୋଇନେବେ। ୧ ସପ୍ତାହ ଏପରି କଲେ ଫରକ୍ ଜାଣିପାରିବେ। ତ୍ବଚା ପାଇଁ ଅଲିଭ ତେଲ ଏକ ଭଲ କଣ୍ଡିସନର୍ ପରି କାମ କରେ।
– ଭିଟାମିନ୍ ସି’ ଭରପୂର କମଳା ରସ, ଲେମ୍ବୁରସରେ ପ୍ୟାକ୍ କରି ତ୍ବଚାରେ ଲଗାଇ କିଛି ସମୟ ପରେ ଧୋଇନେବେ। ଦୈନିକ ବେସନ-ହଳଦୀ-କମଳା ରସ ପ୍ୟାକ୍ ଲଗାଇଲେ ତ୍ବଚା ଭାଙ୍ଗ ସମସ୍ୟା ଦୂର ହୋଇଥାଏ।
– ଘିକୁଆଁରୀ ରସକୁ ସ୍ନାନ ପୂର୍ବରୁ ତ୍ବଚାରେ ଲଗାଇବା ଭଲ। ନିୟମିତ ଏହି ରସ ଲଗାଇଲେ ଦାଗ ଓ ତ୍ବଚା ଭାଙ୍ଗ ଉଭୟ ଦୂର ହୋଇଥାଏ। ସନ୍ଧ୍ୟାବେଳା ଏହି ରସ ଲଗାଇଲେ ଥଣ୍ଡା, ସର୍ଦ୍ଦି ହେବାର ଭୟ ରହିଛି। 

Comments are closed.