ମାରିବ…ଆସ….ମୋତେ ମାର : ସୌଗତ ରାୟ – ଲୋକସଭାରେ ବିଚିତ୍ର ପରିସ୍ଥିତି

ନୂଆଦିଲ୍ଲୀ: ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଆଗତ କରିଥିବା ନାଗରିକତ୍ଵ ସଂଶୋଧନ ବିଧେୟକକୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡୁଛି। ତୃଣମୂଳ କଂଗ୍ରେସ ସାଂସଦ ସୌଗତ ରାୟ ନିଜର ବିରୋଧ ବ୍ୟକ୍ତ କରୁଥିବା ବେଳେ ବିଧେୟକଙ୍କୁ ସମର୍ଥନ କରୁଥିବା ବିଜେପି ଓ ଅନ୍ୟାନ୍ୟ ଦଳର ସାଂସଦମାନେ ତାଙ୍କୁ ତୀବ୍ର ବିରୋଧ କରିବା ସହ ବହୁ ଜୋରରେ ପାଟିତୁଣ୍ଡ କରିଥିଲେ ଓ ନିଜ ନିଜ ଆସନରେ ଛିଡା ହୋଇ ଯାଇଥିଲେ। ସାଂସଦ ସୌଗତ ରାୟ ଏ ନେଇ ସେମାନଙ୍କ ଆଡକୁ ଦେଖିବା ସହ କହିଥିଲେ, ‘ମାରିବ…ଆସ….ମୋତେ ମାର’।

ସାଂସଦ ସୌଗତ ପ୍ରାୟ ୩ ଥର ଏଭଳି କହୁଥିବା ବେଳେ ବିଧେୟକଙ୍କୁ ସମର୍ଥନ କରୁଥିବା ସଦସ୍ୟମାନେ କିନ୍ତୁ ଚୁପ ରହି ନ ଥିଲେ। ନାଗରିକତା ସଂଶୋଧନ ବିଧେୟକ ଆଗତ ହେବା ପରେ ବାଚସ୍ପତି ଓମ ବିର୍ଲା ବାରମ୍ବାର ଗୃହକୁ ଶାଳୀନତା ରକ୍ଷା କରିବାକୁ ନିବେଦନ କରୁଥିବା ଲକ୍ଷ୍ୟ କରାଯାଇଛି।

Comments are closed.