ଭାଲୁ ଆକ୍ରମଣରେ ଜଣେ ଗୁରୁତର

ନବରଙ୍ଗପୁର/ପାପଡାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ପଂଚାୟତ ତୁରୁଞ୍ଜିଆଗୁଡାର ତୁଳାରାମ ହରିଜନ ମଙ୍ଗଳବାର ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତି କରାଯାଇଛି । ତୁଲାରାମ ସକାଳୁ ଜାଳେଣି କାଠ ସଂଗ୍ରହ ଲାଗି ନିକଟସ୍ଥ ପାହାଡ଼ ପାଖରେ ଥିବା ଜଙ୍ଗଲକୁ ଯାଇଥିଲେ । ଏକ ମାଈ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା, ବହୁ କଷ୍ଟରେ ଭାଲୁ କବଳରୁ ମୁକ୍ତି ପାଇ ଚାଲାଣଗୁଡା ରାସ୍ତାରେ ତୁଲାରାମ ଅଚେତ ହୋଇପଡିଥିଲେ । ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । ଫୋରେଷ୍ଟେର ଉମାକାନ୍ତ ପଟନାୟକ ଓ କର୍ମଚାରୀ ପହଂଚି ମେଡିକାଲ ପଠାଇଥିଲେ ।

Comments are closed.