ପରିତ୍ୟକ୍ତ କୂଅରେ ପଡ଼ି ଭାଲୁ ମୃତ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ ରାଣିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ପଲମା ଗ୍ରାମରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରେ ଭାଲୁଟିଏ ପଡ଼ିବା ଫଳରେ ତା’ର ମୃତ୍ୟୁ ଘଟିଛି। ଭାଲୁର ଦେହ ଫୁଲିବା ସହିତ ପଚି ଦୁର୍ଗନ୍ଧ ହେଉଥିବାରୁ ୨/୩ ଦିନ ତଳେ କୂଅରେ ପଡିଥିବା ଅନୁମାନ କରାଯାଉଛି। ଉକ୍ତ ଗ୍ରାମ ଜଙ୍ଗଲ ଘେରା ମଧ୍ୟରେ ରହିଥିବା ବେଳେ ମୃତ ଭାଲୁଟି ପିଇବା ପାଣି ଅନ୍ୱେଷଣରେ ଆସି ଗଭୀର କୂଅ ଭିତରେ ପଡି ବାହାରିବାର ବାଟ ନପାଇ ଶେଷରେ ମୃତ୍ୟୁବରଣ କରିଥିବା ନେଇ ଗ୍ରାମବାସୀମାନେ ସୂଚନା ଦେଇଛନ୍ତି। ଗ୍ରାମବାସୀ ମୃତ ଭାଲୁକୁ ଉଦ୍ଧାର କରିବାରେ ବିଫଳ ହୋଇଥିବା ବେଳେ ବନବିଭାଗକୁ ଖବର ଦେଇଥିବା ଜଣାପଡିଛି।

Comments are closed.