ଭାଲୁ ଆକ୍ରଣରେ ଯୁବକ ଗୁରୁତର

ମୁଖୀଗୁଡା – ଶୌଚ ପାଇଁ ଯାଉଥିବା ବେଳେ ଜଣେ ଯୁବକ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି। ଆଜି ସକାଳେ ଜୟପାଟଣା ବ୍ଲକ ଅନ୍ତର୍ଗତ ଉଛଲା ପଞ୍ଚାୟତ ନୂଆଗୁଡା ଗ୍ରାମର ମଳୟ ଧଙ୍ଗଡ଼ାମାଝି (୨୦) ଶୌଚ ପାଇଁ ଯାଉଥିବା ବେଳେ ମା ଓ ଛୁଆ ଭାଲୁ ଆକ୍ରମଣର ଶିକାର ହୋଇଥିଲେ ତାଙ୍କୁ ଉଛଲା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରା ଯାଇଛି ।ତାଙ୍କ ଆର୍ଥିକ ଅବସ୍ଥା ସ୍ଵଛଳ ନଥିବାରୁ ତାଙ୍କୁ ସରକାରୀ ସାହାଯ୍ୟ ପାଇଁ ଦାବି ହେଉଛି ।

Comments are closed.