ଭାଲୁ ଆକ୍ରମଣରେ ଜଣେ ଗୁରୁତର

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ନିମଘରା ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଯୋଗେ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ବ୍ୟକ୍ତି ଜଣଙ୍କ ନିମଘରା ଗ୍ରାମର ଶମ୍ଭୁ ସେନାପତି (୪୮) ବୋଲି ଜଣାପଡିଛି । ସେ ସକାଳୁ ଘର ପଛପାଖ ଜଙ୍ଗଲକୁ ଶୌଚ ହେବକୁ ଯାଇଥିବା ସମୟରେ ଏକ ଜଙ୍ଗଲି ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ । ତାଙ୍କୁ ଭାଲୁ ଅତର୍କିତ ଆକ୍ରମଣ କରି ଦେହର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି କରିଛି । ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

Comments are closed.