ଭାଲୁ ଆକ୍ରମଣରେ ଜଣେ ଗୁରୁତର 

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳିପଶି ପଞ୍ଚାୟତ ନୂଆପଡା ଗ୍ରାମର ଜୟଦେବ ନାଏକ (୫୦) ମଙ୍ଗଳବାର ସକାଳୁ ଗ୍ରାମ ନିକଟ ବଳଦପକା ନାଳ ପାଖକୁ ଶୌଚ ପାଇଁ ଯାଇଥିବା ସମୟରେ ତାଙ୍କୁ ଏକ ଜଙ୍ଗଲୀ ଭାଲୁ ଅତର୍କିତ ଆକ୍ରମଣ କରିଥିଲା। ଭାଲୁଟି ଜୟଦେବଙ୍କ ପିଠି ଓ ହାତକୁ କାମୁଡି ଗୁରୁତର କରିଛି। ଜୟଦେବଙ୍କ ଚିତ୍କାର ଶୁଣି ଲୋକେ ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ପାଟଣା ବନବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯିବା ସହ ଜୟଦେବଙ୍କୁ ଚିକିତ୍ସା ଖର୍ଚ୍ଚ ଦିଆଯିବ ବୋଲି ରେଞ୍ଜର ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି।

Comments are closed.