ଭାଲୁ ଆକ୍ରମଣରେ ବନ୍ୟପ୍ରାଣୀ କର୍ମଚାରୀ ଆହାତ।

ହରଭଙ୍ଗା : ହରଭଙ୍ଗା ବ୍ଲକ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ଅଧିନରେ କାର୍ଯ୍ୟକରୁଥିବା ସୁନାଖଣିଆ ବିଟ ଅଞ୍ଚଳର ଜଣେ ଆଟିଂପୋଚିଂ ସ୍କ୍ୱାର୍ଡ କର୍ମଚାରୀ ଅଭୟାରଣ୍ୟ ମଧ୍ୟରେ ଡ୍ୟୁଟି କରୁଥିବା ସମୟରେ ଗୋଟିଏ ଜଙ୍ଗଲୀ ଭାଲୁ ଆକ୍ରମଣରେ ଆହାତ ହୋଇଥିବା ଜଣାପଡିଛି।ଆହାତ କର୍ମଚାରୀ ଜଣଙ୍କ ନୂଆପଡା ଗ୍ରାମର ବିଜୟ ନାଏକ ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ, ସେ ଆଜି ସକାଳେ ବନ୍ୟପ୍ରାଣୀ ଅଭୟାରଣ୍ୟର ସୁନାଖଣିଆ ଅଂଚଳରେ ବିଜୟ ନାଏକ ସ୍କ୍ୱାର୍ଡ ଡ୍ୟୂଟି କରୁଥିବା ସମୟରେ ଏକ ଜଙ୍ଗଲୀ ଭାଲୁ ସହ ମୁହାଁମୁିହିଁ ହୋଇଥିଲେ। ଭାଲୁଟି ତାଙ୍କର ପଛପାଖ ବାମପିଚାକୁ ଆକ୍ରମଣକରି କ୍ଷତାକ୍ତ କରିଥିଲା। ଏଥିରେ ସେ ଗୁରୁତରହୋଇଥିଲେ। ତାଙ୍କୁ ସେଠାରୁ ଉଦ୍ଧାରକରି ଶୀତଳପାଣି ଫରେଷ୍ଟର ଲକ୍ଷ୍ମୀନାରାୟଣ ପଣ୍ଡା ଏବଂ ଅନ୍ୟାନ୍ୟ କର୍ମଚାରୀ ମିଶି ଚିକିତ୍ସା ପାଇଁ ହରଭଙ୍ଗା ମେଡିକାଲ ପଂହଚାଇଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇ ଆଟିଂ ରାବିଟ୍‍ ଇଞ୍ଜେକ୍ସନ ଦେବା ପାଇଁ ବୌଦ୍ଧ ଡାକ୍ତରଖାନା ପଠାଯାଇଥିଲା।

Comments are closed.