ବିବାଦୀୟ ରାସ୍ତାର ସ୍ଥିତି ଅନୁଧ୍ୟାନ କଲେ ବିଡିଓ ଓ ତହସିଲଦାର 

ଜେକେପୁର : ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦୀୟ ରାସ୍ତାର ସ୍ଥିତି ଅନୁଧ୍ୟାନ କରିଛନ୍ତି ରାୟଗଡ ବ୍ଲକ ବିଡ଼ିଓ ଓ ତହସିଲଦାର । ରାୟଗଡା ଜିଲ୍ଲା ସଦର ବ୍ଲକ ସ୍ଥିତ ଚାନ୍ଦିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜେକେପୁରର ଜଗନ୍ନାଥ ମନ୍ଦିର ଲେନର ବହୁ ବର୍ଷ ଧରି ଲାଗିରହିଥିବା ବିବାଦୀୟ ରାସ୍ତାର କାମ ଆରମ୍ଭ କରିବା ପାଇଁ ଅଣ୍ଟା ଭିଡ଼ିଛି ବ୍ଲକ ପ୍ରଶାସନ । ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଓ ସାହି ବାସିନ୍ଦାଙ୍କ ବିବାଦ ଯୋଗୁଁ ସାଧାରଣ ଲୋକେ ଗମନାଗମନ କରିବା ପାଇଁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖାଦେଇଛି । ଏଭଳି ପରିସ୍ଥିତି ଯୋଗୁଁ ଅନେକଥର ବ୍ଲକ କାର୍ୟାଳୟ ପକ୍ଷରୁ ରାସ୍ତା କାମ ପାଇଁ ଅନୁଦାନ ଆସି ଫେରିଯାଇଥିବା ଜଣାପଡ଼ିଛି । ମନ୍ଦିର ପରିଚାଳନା କମିଟି ନିଜ ସ୍ୱାର୍ଥ ଦୃଷ୍ଟିରୁ ରାସ୍ତା କାମକୁ ବିରୋଧ କରୁଥିବା ଯୋଗୁଁ ବିବାଦୀୟ ହୋଇ ପଡ଼ି ରହିଛି ଏହି କାର୍ୟ୍ୟ । ଯାହାର ସିଧାସଳଖ ପ୍ରଭାବ ପଡୁଛି ସାଧାରଣ ଲୋକଙ୍କ ଉପରେ। ଦୁଇ ଦୁଇ ଥର ରାସ୍ତା କାମ ପାଇଁ ଅନୁଦାନ ଆସି ଫେରି ଯାଇଥିବା ବେଳେ ବର୍ତ୍ତମାନ ସ୍ଥାନୀୟ ଚାନ୍ଦିଲି ସରପଞ୍ଚ ସୁଆଇପେଦେଣ୍ଟିଙ୍କ ଉଦ୍ୟମକ୍ରମେ ଅନୁଦାନ ଆସିଛି। ସିମେଣ୍ଟ, କଂକ୍ରିଟ ଓ ଡ୍ରେଇନ କାମ ପାଇଁ ଚଳିତ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ୫ଲକ୍ଷ ଟଙ୍କା ଓ ଚତୁର୍ଦଶ ଅର୍ଥ କମିଶନ ଜରିଆରେ କାମ ଆରମ୍ଭ କଲାପରେ ଆଉ କିଛି ଅନୁଦାନ ଆସିବ ବୋଲି ଜଣାପଡିଛି । ସ୍ଥିତି ଅନୁଧ୍ୟାନ ପରେ ଲୋକଙ୍କ ସୁବିଧା ଦୁର୍ଷ୍ଟିରୁ ରାଜସ୍ୱ ନିରୀକ୍ଷକଙ୍କ ଦ୍ଵାରା ସର୍ବେ କାମ ସରିଲା ପରେ କିଛି ଦିନ ମଧ୍ୟରେ ବ୍ଲକ ପ୍ରଶାସନ ପକ୍ଷରୁ ରାସ୍ତା କାମ ଅରମ୍ବ କରାଯିବ ବୋଲି ଜଣା ପଡିଛି । ହେଲେ ରାସ୍ତା କାମ କରେଇ ନଦେବାକୁ ମନ୍ଦିର ପରିଚାଳନା କମିଟି ଜିଦ ଧରି ବସିରହିଥିବା ବେଳେ ଆବଶ୍ୟକ ହେଲେ ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ଲଗେଇ ଏହି ବିବାଦୀୟ ରାସ୍ତା କାମ ସମ୍ପୂର୍ଣ୍ଣ କରାଯିବ ବୋଲି ବିଡ଼ିଓ ଓ ତହସିଲଦାର କହିଥିଲେ। ଏନେଇ ମନ୍ଦିର ପରିଚାଳନା କମିଟି ସଭାପତି ଛବିନ୍ଦ୍ରବେହେରା ଙ୍କ ସହ ଯୋଗାଯୋଗ କରିବାରୁ ମନ୍ଦିର ଟ୍ରଷ୍ଟି ସହ କଥାବାର୍ତା କରି ସାହିବାସୀଙ୍କ ହିତ ପାଇଁ ବ୍ଲକ ପ୍ରଶାସନର ପ୍ରସ୍ତାବକୁ ତ୍ୱରାନ୍ୱିତ କରିବା ପାଇଁ ସାହାଯ୍ୟ କରିବୁ ।

Comments are closed.