ସ୍ୱଚ୍ଛ ଭାରତ ମିଶନ ନାମରେ ଟଙ୍କା ହଡ଼ପ ଅଭିଯୋଗରେ ବିଡ଼ିଓ ନିଲମ୍ବିତ

ନବରଙ୍ଗପୁର : ସ୍ୱଚ୍ଛ ଭାରତ ମିଶନ ନାମରେ ଟଙ୍କା ହଡ଼ପ ଅଭିଯୋଗରେ ଝରିଗାଁ  ବିଡ଼ିଓ ଦେବେନ୍ଦ୍ର ବାହାଦୁର ସିଂ ଧୁରୁଆ ନିଲମ୍ବିତ ହୋଇଛନ୍ତି। ଶହେରୁ ଅଧିକ ହିତାଧୀକାରୀ ତାଙ୍କ ନାମରେ ଝରିଗାଁ ଥାନାରେ ଅଭିଯୋଗ କରିବା ସହ ଏତଲା ଦେଇଥିଲେ। ବନ୍ଦୀ ଗୁଡ଼ା ଗ୍ରାମରେ ୭ଟି ପରିବାର ରହୁଥିବାବେଳେ ମୋଟ ଜନ ସଂଖ୍ୟା ୨୭ ରହିଛି ଏବଂ ସେହି ଗ୍ରାମରେ ମୋଟ ୫୪ଟି ଶୌଚାଳୟ ନିର୍ମାଣ ହୋଇଛି ବୋଲି ଦର୍ଶାଇ ବିଡିଓ  ଲକ୍ଷାଧିକ ଟଙ୍କା ହଡପ କରିଥିଲେ। ଏତତ୍ ବ୍ୟତୀତ ଗୋଟିଏ ଶୌଚାଳୟ ପିଛା ୨୦୦୦ ଟଙ୍କା ପିଶି ନେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା।

Comments are closed.