ମାସ୍କ ବ୍ୟବହାର ପାଇଁ ସଚେତନ କଲେ ବିଡ଼ିଓ

କ.ନୂଆଗାଁ: କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ ଗୋଷ୍ଠି ଉନ୍ନୟନ ଅଧିକାରୀ ଶରତ କୁମାର ପାତ୍ରଙ୍କ ନେତୃତ୍ୱରେ ଆଜି କରୋନା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଳକ କର୍ମଚାରୀଙ୍କ ସମେତ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟାମାନେ ସାମିଲ୍‍ ହୋଇଥିଲେ। ବ୍ଳକ କର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିବା ସହିତ ଲୋକଙ୍କୁ ମାସ୍କ ବଂଟନ କରାଯିବା ସହିତ ମାସ୍କ ବ୍ୟବହାର ଉପରେ ପରାମର୍ଶ ଦେଇଥିଲେ। ଜରୁରି ନହେଲେ ଘରୁ ନବାହାରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

ସେହିଭଳି ନିୟମିତ ଭାବେ ସାନିଟାଇଜର ବ୍ୟବହାର କରିବା ସହିତ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଜନସାଧାରରଙ୍କୁ ସଚେତନ କରାଇଥିଲେ। ବାହାର ରାଜ୍ୟରୁ ଆସୁଥିବା ଲୋକେ ଟିଏମସି ସେଣ୍ଟରରେ ରହି ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ମଧ୍ୟ ବିଡିଓ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଡ଼ିଓଙ୍କ ସମେତ ଜିପିଓ ପ୍ରଦୀପ କୁମାର ମହାନ୍ତି, ଯନ୍ତ୍ରୀ ପ୍ରକାଶ ସେଠୀ, କମ୍ପ୍ୟୁଟର ପୋଗ୍ରାମର ରାକେସ୍‍ କୁମାର ସାହୁ, ରହିମ୍‍ ନାୟକ, ଏପିଓ ସୌଦାମିନି ମୁର୍ମୁ, ଏମ୍‍.ଆଇ ଅମ୍ରିତା ମଲିକ ଓ ୪ଟି ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟାମାନେ ସାମିଲ୍‍ ଥିଲେ।

Comments are closed.