ଲକଡାଉନ୍ ସମୟରେ ପୁଲିସକୁ ମାଡ଼ : ଯୁବକ ଗିରଫ

ଭଦ୍ରକ : ଲକଡାଉନ ସମୟରେ ବିନାକରାଣରେ ଘରୁ ବାହାରି ବୁଲାବୁଲି କରୁଥିବା ଯୁବକଙ୍କୁ ପୁଲିସ ଅଟକାଇ ସେମାନଙ୍କୁ ଦଣ୍ଡ ଦେଉଥିବାବେଳେ ପୁଲିସଙ୍କୁ ମଧ୍ୟ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି । ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅନ୍ତର୍ଗତ ବାଲିଗାଁ ଛକ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବକଙ୍କ ଆକ୍ରମଣରେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଆହତ ଦୁଇ ଜଣ ଚାନ୍ଦବାଲି ଥାନାର କନଷ୍ଟେବଳ ସୁକାନ୍ତ କୁମାର ସେଠୀ ଓ ଏ.ପି.ଆର ଆଦିତ୍ୟ ମୋହନ ଦାସ  ବୋଲି ଜଣାପଡ଼ିଛି । ସେମାନଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପୁଲିସ ଅଭିଯୁକ୍ତ ଯୁବକ ରମେଶ ଦାସଙ୍କୁ ଗିରଫ କରିଛି। ତାଙ୍କ ଘର ରାମପଲି ଅଞ୍ଚଳରେ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ସୋମବାର ଆଡିସନାଲ ତହସିଲଦାରଙ୍କ ସମେତ ୬ଜଣ ପୁଲିସ କର୍ମଚାରୀ ବିଭିନ୍ନ ଅଞ୍ଚଳକୁ ଯାଇ ବୁଲି ଦେଖୁଥିଲେ । ଏହି ସମୟରେ ବାଲିଗାଁ ଛକ ନିକଟରେ କିଛି ଯୁବକ ରାସ୍ତାରେ ବୁଲୁଥିଲେ । ପୁଲିସ ସେମାନଙ୍କୁ ବାରଣ କରିଥିଲା । ହେଲେ ରମେଶ ଏକ ଠେଙ୍ଗା ଆଣି ପୁଲିସକୁ ଆକ୍ରମଣ କରି ଦୌଡ଼ି ପଳାଇଥିଲା ।

Comments are closed.