ସେପ୍ଟେମ୍ବର ୨୫ରୁ ଆଇପିଏଲ୍ ୨୦୨୦ !

୨୫ ସେପ୍ଟେମ୍ବରରୁ ନଭେମ୍ବର ୧ ତାରିଖ ମଧ୍ୟରେ ଆୟୋଜନ ପାଇଁ ବିସିସିଆଇର ଯୋଜନା

ମୁମ୍ବଇ : କରୋନା ଭାଇରସ ସଂକ୍ରମଣର ଏହି ଜଟିଳ ସମୟରେ ସମଗ୍ର ବିଶ୍ୱର କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ତାହା ହେଉଛି ଯେ ବିସିସିଆଇ ୨୫ ସେପ୍ଟେମ୍ବରରୁ ନଭେମ୍ବର ୧ ତାରିଖ ମଧ୍ୟରେ ଆଇପିଏଲ୍ ର ୧୩ ତମ ସଂସ୍କରଣ ଆୟୋଜନ କରିବାକୁ ଚିନ୍ତା କରୁଛି । ତଥାପି ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ଦେଶରେ କରୋନା ଭୂତାଣୁ ସଂକ୍ରମଣ ହ୍ରାସ କରିବାରେ ସଫଳତା ହାସଲ କରାଯାଇ ପାରିବ । ଯଦିଓ ଏହା ଉପରେ ଏତେ ଶୀଘ୍ର ନିର୍ଦ୍ଧିଷ୍ଟ ଭାବେ କିଛି କହିବା ଠିକ୍ ହେବନାହିଁ, ତଥାପି ବିସିସିଆଇ ସେପ୍ଟେମ୍ବର ଶେଷ ସପ୍ତାହରୁ ନଭେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ ଆଇପିଏଲ୍ ଆୟୋଜନ କରିବାକୁ ଯୋଜନା କରୁଛି ।
ଦେଶରେ କରୋନା ଭାଇରସ୍ ସ୍ଥିତିରେ ଉନ୍ନତି ଘଟିଲେ ବିସିସିଆଇ ସେପ୍ଟେମ୍ବର ୨୫ ରୁ ନଭେମ୍ବର ୧ ମଧ୍ୟରେ ଆଇପିଏଲ ଆୟୋଜନ କରିବାକୁ ଚାହୁଁଛି । ଯଦିଓ ସରକାର ଏହାର ଆୟାଜନକୁ ଅନୁମୋଦନ ଦେଇଛନ୍ତି, ତେବେ ଏହି ସମୟ ମଧ୍ୟରେ କରୋନା ମାମଲା ହ୍ରାସ ପାଇବା ଉଚିତ। କିନ୍ତୁ ଏଥିପାଇଁ ଅନେକ ଜିନିଷ ଆୟୋଜନ କରିବାକୁ ପଡିବ। ତେବେ ବର୍ତ୍ତମାନ ତାରିଖଗୁଡିକ ଉପରେ ଆଲୋଚନା ହୋଇଛି ଏବଂ ସମ୍ଭାବ୍ୟ ରଣନୀତି ବିଷୟରେ ଆଲୋଚନା ହେଉଛି। ଏହି ପରିପ୍ରେକ୍ଷୀରେ ଯେତେବେଳେ ଜଣେ ଫ୍ରାଞ୍ଚାଇଜ୍ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା ସେତେବେଳେ ସେ କହିଥିଲେ ଯେ ସେମାନେ ଆଗାମୀ ରଣନୀତି ଉପରେ କାର୍ଯ୍ୟ କରୁଛନ୍ତି ଏବଂ ଆଇପିଏଲ ଆରମ୍ଭ ହେବାର ଏକ ମାସ ପୂର୍ବରୁ ସମସ୍ତ ଯୋଜନା ହେବା ଆବଶ୍ୟକ । ତେବେ ସେପ୍ଟେମ୍ବର ଶେଷରୁ ନଭେମ୍ବର ମଧ୍ୟରେ ସେମାନଙ୍କର ସମୟ ସୀମା ଉପରେ ସେମାନଙ୍କର ନଜର ରହିଛି ।

ତେବେ ଏ ସବୁ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଇପିଏଲ ଏହି ସମୟ ସୀମା ମଧ୍ୟରେ ଅନୁଷ୍ଠିତ ହେବା ପାଇଁ, ଟି -୨୦ ବିଶ୍ୱକପକୁ ସ୍ଥଗିତ ରଖାଯିବା ଆବଶ୍ୟକ ଯାହାକି ଅଷ୍ଟ୍ରେଲିଆରେ ୧୮ ଅକ୍ଟୋବରରୁ ୧୫ ନଭେମ୍ବର ମଧ୍ୟରେ ଖେଳାଯିବ। ତେବେ ଅଷ୍ଟ୍ରେଲିଆର ଟି -୨୦ ଦଳର କିଛି ଖେଳାଳି କହିଛନ୍ତି ଯେ ଏହି ନିର୍ଦ୍ଧାରିତ ସମୟରେ ବିଶ୍ୱକପ୍ ହେବ ବୋଲି ସେମାନେ ଆଶା କରନ୍ତି ନାହିଁ ।

Comments are closed.