ଇଂଲଣ୍ଡ ବିପକ୍ଷ ଟି୨୦, ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା

ରୋହିତ ସମସ୍ତ ଦଳର ଅଧିନାୟକ; ଅର୍ଶଦୀପଙ୍କୁ ଦିନିକିଆରେ ପ୍ରଥମ ସୁଯୋଗ

ଲଣ୍ଡନ୍‌: ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତୀୟ କ୍ରିକେଟ୍‌ ଦଳ ଜୁଲାଇରେ ୩ଟି ଲେଖାଏଁ ଟ୍ବେଣ୍ଟି୨୦ ଓ ଦିନିକିଆ ଶୃଙ୍ଖଳା ଖେଳିବ। ଏଥିପାଇଁ ଭାରତୀୟ ଟ୍ବେଣ୍ଟି୨୦ ଓ ଦିନିକିଆ ଦଳ ଗୁରୁବାର ଘୋଷଣା ହୋଇଛି। ପ୍ରଥମ ଟ୍ବେଣ୍ଟି୨୦ ଏବଂ ୨ୟ ଓ ୩ୟ ଟ୍ବେଣ୍ଟି୨୦ ପାଇଁ ୨ଟି ପୃଥକ୍ ଦଳ ଘୋଷଣା କରାଯାଇଛି। ଟି୨୦ ମ୍ୟାଚ୍‌ ୩ଟି ଜୁଲାଇ ୭, ୯ ଓ ୧୦ରେ ଏବଂ ୩ଟି ଦିନିକିଆ ୧୨, ୧୪ ଓ ୧୭ରେ ଖେଳାଯିବ। ରୋହିତ ଶର୍ମା ସମସ୍ତ ଦଳର ନେତୃତ୍ବ ନେବେ। ପ୍ରଥମ ଟି୨୦ ପାଇଁ ରୋହିତ ଅଧିନାୟକ ଥିବା ବେଳେ ଆୟରଲାଣ୍ଡ ବିପକ୍ଷରେ ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳିଥିବା ସମସ୍ତ ଖେଳାଳି ଅଛନ୍ତି। ଟେଷ୍ଟମ୍ୟାଚ୍‌ ୫ରେ ସମାପ୍ତ ହେବ ଏବଂ ପ୍ରଥମ ଟ୍ବେଣ୍ଟି୨୦ ୭ରେ ଖେଳାଯିବ। ଏହାକୁ ଦୃଷ୍ଟିରେ ରଖି ଟେଷ୍ଟ ଦଳର କୌଣସି ଖେଳାଳିଙ୍କୁ ପ୍ରଥମ ଟି୨୦ ଦଳରେ ରଖା ଯାଇନାହିଁ। ରୋହିତ ଶର୍ମା ଟେଷ୍ଟ ଖେଳୁନଥିବାରୁ ତାଙ୍କୁ ଦଳରେ ରଖାଯାଇଛି। ୨ୟ ଓ ୩ୟ ଟ୍ବେଣ୍ଟି୨୦ ପାଇଁ ବିରାଟ କୋହଲି, ଋଷଭ ପନ୍ତ୍, ଶ୍ରେୟାସ ଆୟର, ରବୀନ୍ଦ୍ର ଜାଡ଼େଜା ଓ ଯଶପ୍ରୀତ ବୁମ୍‌ରାଙ୍କୁ ଦଳରେ ସାମିଲ କରାଯାଇଛି। ଦିନିକିଆ ଶୃଙ୍ଖଳା ପାଇଁ ପ୍ରଥମ ପସନ୍ଦର ଦଳ ଘୋଷଣା କରା ଯାଇଥିବା ବେଳେ ଏକମାତ୍ର ନବାଗତ ଭାବେ ବାମହାତି ପେସ୍ ବୋଲର ଅର୍ଶଦୀପ ସିଂହ ରହିଛନ୍ତି।

ପ୍ରଥମ ଟି୨୦ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଈଶାନ୍ କିଷନ୍, ଋତୁରାଜ ଗାଏକ୍‌ୱାଡ୍‌, ସଞ୍ଜୁ ସାମ୍‌ସନ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଦିନେଶ କାର୍ତ୍ତିକ (ୱିକେଟ ରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଆଭେସ୍ ଖାଁ, ଅର୍ଶଦୀପ ସିଂହ ଓ ଉମ୍ରାନ୍ ମାଲିକ୍‌।

୨ୟ ଓ ୩ୟ ଟି୨୦ ପାଇଁ ଦଳ: ରୋହିତ ଶର୍ମା (ଅଧିନାୟକ), ଈଶାନ୍ କିଷନ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଶ୍ରେୟାସ ଆୟର, ଦିନେଶ କାର୍ତ୍ତିକ (ୱିକେଟ ରକ୍ଷକ), ଋଷଭ ପନ୍ତ୍ (ୱିକେଟ ରକ୍ଷକ), ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଯଶପ୍ରୀତ ବୁମ୍‌ରା, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଆଭେସ୍ ଖାଁ ଓ ଉମ୍ରାନ୍ ମାଲିକ୍‌।

ଦିନିକିଆ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ଈଶାନ୍ କିଷନ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, ଋଷଭ ପନ୍ତ୍ (ୱିକେଟ ରକ୍ଷକ), ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ୟୁଜବେନ୍ଦ୍ର ଚହଲ, ସାର୍ଦୁଳ ଠାକୁର, ଅକ୍ଷର ପଟେଲ, ଯଶପ୍ରୀତ ବୁମ୍‌ରା, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସାମି, ମହମ୍ମଦ ସିରାଜ୍ ଓ ଅର୍ଶଦୀପ ସିଂହ।

Comments are closed.