‘ଲଜିଷ୍ଟିକ୍‌ କ୍ଷେତ୍ରରେ ଇଡ୍‌କୋ ନେତୃତ୍ୱ ନେବ ଓ ପୁଞ୍ଜିନିବେଶକୁ ଆଗକୁ ବଢ଼ାଇବ’

ଭୁବନେଶ୍ବର: ଶିଳ୍ପ ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ମିଳିତ ପ୍ରୟାସଗୁଡ଼ିକର ଅଗ୍ରଗତି ଉପରେ ଏକ ପରାମର୍ଶଦାତା ବୈଠକ ଭାରତ ସରକାରଙ୍କ ପେଟ୍ରୋଲିୟମ୍‌, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡ଼ିଶା ସରକାରଙ୍କ ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଶକ୍ତି ଓ ଗୃହ ରାଷ୍ଟ୍ରମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ତଥା ସଚିବବୃନ୍ଦ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ‘ଲଜିଷ୍ଟିକ୍‌ କ୍ଷେତ୍ରରେ ଇଡ୍‌କୋ ନେତୃତ୍ୱ ନେବ ଓ ପୁଞ୍ଜିନିବେଶକୁ ଆଗକୁ ବଢ଼ାଇବ’ ବୋଲି ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ।

କେନ୍ଦ୍ର ମନ୍ତ୍ରୀ ପ୍ରଧାନ କୃଷି କ୍ଷେତ୍ରରେ ବିଶେଷ କରି ଚୁକ୍ତିଭିତ୍ତିକ ଚାଷ ଓ କୃଷି ଉତ୍ପାଦନ ବିପଣନ ନିମନ୍ତେ ସଂସ୍କାରମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିବାରେ ଅଗ୍ରଣୀ ଭୂମିକା ନେଇଥିବାରୁ ଓଡ଼ିଶାକୁ ପ୍ରଶଂସା କରିଥିଲେ। ବିଭିନ୍ନ ଶିଳ୍ପାଞ୍ଚଳ ପ୍ରତିଷ୍ଠା, ଗ୍ୟାସ୍‌ ପାଇପ ଲାଇନ୍‌ ସଂଯୋଗୀକରଣ ଓ ଜାତୀୟ ରାଜପଥ ନିର୍ମାଣରେ ରାଜ୍ୟର ତ୍ୱରିତ ପଦକ୍ଷେପକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଥିଲେ। ଲଜିଷ୍ଟିକ୍‌ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ପାଇଁ ଥିବା ସମ୍ଭାବନାଗୁଡ଼ିକ ଉପରେ ଆଲୋଚନା ହୋଇଥିଲା। ଇଡ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ଶାସନ ସଚିବ ସଂଜୟ କୁମାର ସିଂହ ଏହି କ୍ଷେତ୍ରରେ ହୋଇଥିବା ଅଭିବୃଦ୍ଧି ବାବଦରେ ଅବଗତ କରାଇଥିଲେ ।

Comments are closed.