ପଠାଣୀ ସାମନ୍ତଙ୍କ ୧୮୫ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଟାଟା ଷ୍ଟିଲ ପକ୍ଷରୁ ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ

ଭୁୁବନେଶ୍ୱର: ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ପଠାଣୀସାମନ୍ତ ପ୍ଲାନେଟୋରିୟମର ସହଯୋଗିତାରେ ଟାଟା ଷ୍ଟିଲ ପକ୍ଷରୁ ରାଜ୍ୟର କିମ୍ବଦନ୍ତୀ ଜ୍ୟୋତିର୍ବିଜ୍ଞାନୀ ପଠାଣୀ ସାମନ୍ତଙ୍କ ଶ୍ରେଷ୍ଠ ଅବଦାନକୁ ଲୋକପ୍ରିୟ କରିବା ଏବଂ ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନ କ୍ଷେତ୍ର ପ୍ରତି ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବା ଏବଂ ଉତ୍ସାହିତ କରିବାଲାଗି ୨୦୦୭ ପରଠାରୁୁ ରାଜ୍ୟର ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ “ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍‍) ଆୟୋଜନ କରାଯାଉଛି।  ୟାଟସ୍‍ ୨୦୨୦ ପାଳନର ଅଂଶ ସ୍ୱରୂପ ୨୦୨୦ ଡିସେମ୍ବର ୧୩ରେ ଓଡ଼ିଶାର କିମ୍ବଦନ୍ତୀ ଜ୍ୟୋତିର୍ବିଜ୍ଞାନୀ ପଠାଣୀସାମନ୍ତଙ୍କ ୧୮୫ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଓଡ଼ିଶାର ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଡିଜିଟାଲ୍‍ ପ୍ଲାଟଫର୍ମରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଜ୍ୟୋତିର୍ବିଜ୍ଞାନୀ ଓ ମହାକାଶ ବିଜ୍ଞାନ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ନେଇ ଜ୍ଞାନ କର୍ମଶାଳା ଏବଂ ଭାବବିନିମୟ  ଅଧିବେଶନ ଆୟୋଜନ କରାଯିବ। ଅଧିବେଶନ ଗୁଡ଼ିକ ମଧ୍ୟରେ ସାମିଲ ରହିଛି ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ, ଡେପୁଟି ଡାଇରେକ୍ଟର (ଟେକ୍ନିକାଲ), ପଠାଣୀସାମନ୍ତ ପ୍ଲାନେଟୋରିୟମ୍‍ଙ୍କ ଦ୍ୱାରା ପଠାଣୀ ସାମନ୍ତଙ୍କ ଉପକରଣ ଉପରେ ଏକ କର୍ମଶାଳା, ଆଷ୍ଟ୍ରୋନୋମିକ୍ଲବ୍‍ ଅଫ୍‍ ବୀରସୁରେନ୍ଦ୍ରସାଏ ୟୁନିଭର୍ସିଟି ଅଫ୍‍ ଟେକ୍ନୋଲୋଜି (ଭିସୁଟ୍‍), ବୁର୍ଲାର ସଦସ୍ୟମାନଙ୍କସହ ଏକ ବିଂଶଶତାବ୍ଦୀରେ ଭବିଷ୍ୟତର ରକେଟ୍‍ ଇଞ୍ଜିନିୟର୍ସ ସୃଷ୍ଟିକରିବା- ଉପରେ ଏକ ଭାବବିନିମୟ ଅଧିବେଶନ ଓ ହାଇଦ୍ରାବାଦ୍‍ର ଧ୍ରୁବସ୍ପେସ୍‍ ପ୍ରାଇଭେଟ୍‍ ଲିମିଟେଡ୍‍ ରମିସନ ସ୍ପେସିଆଲିଷ୍ଟ୍‍ ତଥା ମୁଖ୍ୟବକ୍ତା ଶ୍ରୀଯୁକ୍ତ ବିଶାଲ ଲଥା ବାଲାକୁମାରଙ୍କ ସହିତ ଏକ ଭାବବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଜ୍ୟୋତିର୍ବିଜ୍ଞାନ ଉପରେସୋ’ ମଧ୍ୟ ସାମିଲରହିଛି। ବିଭିନ୍ନ ଅଧିବେଶନରେ ଅଂଶ ଗ୍ରହଣକରିଥିବା ଅଂଶଗ୍ରହଣକାରୀମାନେ ଇ-ସାର୍ଟିଫିକେଟ୍‍ ପାଇବେ । https://bit.ly/TataSteelYATS  ଏହି ଲିଙ୍କ ଜରିଆରେ ଛାତ୍ରଛାତ୍ରୀମାନେ ଅଧିବେଶନ ଗୁଡ଼ିକରେ ଅଂଶଗ୍ରହଣକରିପାରିବେ।

ଭବ୍ୟ ଉଦ୍‍ଯାପନୀ ସମାରୋହ ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ସହମତି ପ୍ରଦାନ କରିଛନ୍ତି। ଶ୍ରୀଯୁକ୍ତ ଅଶୋକଚନ୍ଦ୍ର ପଣ୍ଡା, ମନ୍ତ୍ରୀ, ବିଜ୍ଞାନ ଓ ପ୍ରଯୁକ୍ତି, ସାଧାରଣସରକାରୀଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତୀକରଣ, ଓଡ଼ିଶା ସରକାର; ଶ୍ରୀଯୁକ୍ତ ସନ୍ତୋଷଷଡ଼ଙ୍ଗୀ, ପ୍ରମୁଖସଚିବ, ବିଜ୍ଞାନ ଓ ପ୍ରଯୁକ୍ତି, ଓଡ଼ିଶା ସରକାର, ଶ୍ରୀଯୁକ୍ତଟିଭି ନରେନ୍ଦ୍ରନ, ସିଇଓ ଓ ଏମ୍‍ଡି, ଟାଟା ଷ୍ଟିଲ୍‍ ଏବଂଶ୍ରୀଯୁକ୍ତ ଚାଣକ୍ୟ ଚୌଧୁରୀ, ଉପସଭାପତି, କର୍ପୋରେ ଟ୍‍ସେବା, ଟାଟା ଷ୍ଟିଲ୍‍ ସମେତ ଅନ୍ୟ ଅତିଥିମାନେ ଉପସ୍ଥିତ ରହିବେ।

ୟାଟସ୍‍ର ଅଂଶସ୍ୱରୂପ, ବିଗତ ବର୍ଷଗୁଡ଼ିକରେ ରାଜ୍ୟସାରା ପ୍ରତିଯୋଗିତା ଆୟୋଜନ କରାଯାଉଥିବା ବେଳେ ଭୁବନେଶ୍ୱରରେ ଡିସେମ୍ବର ୩ରେ ଫାଇନାଲ୍‍ ଅନୁଷ୍ଠିତହୁଏ। ଏହିକାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ ଲୋକପ୍ରିୟ ହୋଇରହିଛି ଏବଂ ଗତବର୍ଷ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ୩୦୦ ସ୍କୁଲ୍‍ରୁ ୬୨,୦୦୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପ୍ରତିନିଧିତ୍ୱ କରି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଗତ ୧୪ ବର୍ଷଭିତରେ ୟାଟସ୍‍ରେ ରାଜ୍ୟର ଦୁଇଲକ୍ଷରୁ ଅଧିକବିଜ୍ଞାନ ଉତ୍ସାହୀ ଅଂଶଗ୍ରହଣ କରିଛନ୍ତିଏବଂ ୧୬୦ ବିଜେତା ଛାତ୍ରଛାତ୍ରୀ ଭାରତରେ ଇସ୍ରୋର ବିଭିନ୍ନବ୍ୟବସ୍ଥା ପରିଦର୍ଶନ କରିବାରସୁଯୋଗ ପାଇଛନ୍ତି ମାତ୍ରଚଳିତବର୍ଷ କୋଭିଡ୍‍ ମହାମାରୀ ଜାରିରହିଥିବାରୁ ଏବଂ ଯୋଗାଯୋଗକୁନେଇ କଟକଣା ରହିଥିବାରୁ ପୂର୍ବ ବର୍ଷ ଗୁଡ଼ିକଭଳି ପ୍ରତିଯୋଗିତା ଆୟୋଜନ କରାଯାଇ ପାରିନାହିଁ।

 

Comments are closed.