ଭିଜିଲାନ୍ସ ଜାଲରେ ଡିଡିସିର ବରିଷ୍ଠ କିରାଣୀ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ବାଣୀବିହାର ଡିଡିସିର ବରିଷ୍ଠ କିରାଣୀ ‌ଅଶୋକ ମିଶ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଏକାକାଳୀନ ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱରରେ ଥିବା ତାଙ୍କର ଦୁଇ ମହଲା କୋଠା, ପ୍ରସାନ୍ତ ବିହାରରେ ଥିବା ଘର ଓ ବାଣୀବିହାର କ୍ୟାମ୍ପସରେଥିବା ତାଙ୍କ କ୍ୱାର୍ଟରେ ଚଢ଼ାଉ ଜାରି ରହିଛି। ଏହା ସହ ଅଧିକ ତଥ୍ୟ ପାଇଁ ତାଙ୍କ ଅଫିସ ରୁମରେ ମଧ୍ୟ ଖୋଜାଖୋଜି ଚାଲିଛି। ଖୋଜାଖୋଜି ସମୟରେ ମିଶ୍ରଙ୍କ ଭୁବନେଶ୍ୱରର କାଲିଙ୍ଗ ନାଗରରେ ଆଉ ଏକ ଦୁଇ ମହଲା କୋଠାଥିବା ଚିହ୍ନଟ କରାଯାଇଛି। ଏଥିସହ ନଗଦ ୩ ଲକ୍ଷ ୫୫ ହଜାର ଟଙ୍କରା ଟଙ୍କା ମଧ୍ୟ ଉଦ୍ଧାର କରାଯାଇଛି।

Comments are closed.