ମିଡ଼ିଆ ମହାକୁମ୍ଭ ଚତୁର୍ଥ ସଂସ୍କରଣର ଇ-ଉଦ୍‍ଘାଟନ

ଭୁବନେଶ୍ୱର: ପୂର୍ବ ଭାରତର ସବୁଠାରୁ ବଡ଼ ଏବଂ ଆକର୍ଷଣୀୟ ମିଡ଼ିଆ ମହାକୁମ୍ଭ ଚତୁର୍ଥ ସଂଷ୍କରଣର ଇ-ଉଦ୍‍ଘାଟନ ଶନିବାର ମାନ୍ୟବର କେନ୍ଦ୍ରମନ୍ତ୍ରୀ ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଇନ୍ଧନ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଭର୍ଚୁଆଲ ମଞ୍ଚରେ ଅନୁଷ୍ଠିତ ହୋଇଯାଇଅଛି। ପୂର୍ବତନ ମୂଖ୍ୟମନ୍ତ୍ରୀ ଡଃ ହରେକୃଷ୍ଣ ମହତାବଙ୍କ ୧୨୧ତମ ଜନ୍ମବାର୍ଷିକ ଉପଲକ୍ଷେ ଏହି ଦୁଇ ଦିନିଆ (ନଭେମ୍ବର ୨୧ – ୨୨) ଜାତୀୟ ଗଣମାଧ୍ୟମ ମହାସମ୍ମିଳନୀ ଇନିଷ୍ଟିଚ୍ୟୁଟ୍‍ ଅଫ୍‍ ମିଡିଆ ଷ୍ଟଡିଜ୍‍ ଦ୍ୱାରା ଅନୁଷ୍ଠିତ ହେଉଅଛି। ଏ ବର୍ଷ ଏହି ସମ୍ମିଳନୀର ଶୀର୍ଷକ “ସାମାଜିକ ପରିବର୍ତନ ପାଇଁ ଯୋଗାଯୋଗ” ରହିଅଛି।

ଏହି ଅବସରରେ ଶ୍ରୀଯୁକ୍ତ ପ୍ରଧାନ ମହତାବଙ୍କ ସାମ୍ବାଦିକତା କ୍ଷେତ୍ରରେ ଅତୁଳନୀୟ ଅବଦାନକୁ ମନେପକାଇ କହିଥିଲେ ଯେ ସେ ଓଡିଆ ଜାତି ଓ ଭାଷାର ବିକାଶ ପାଇଁ ଗାଁ ମଜଲିସ୍‍ ସ୍ତମ୍ଭଲେଖା ଆରମ୍ଭ କରିଥିଲେ। ଏହି ସ୍ତମ୍ବ ମାଧ୍ୟମରେ ସେ ବିକାଶମୂଳକ ସାମ୍ବାଦିକତାର ପ୍ରଚାର ଓ ପ୍ରସାର କରିଥିଲେ। ପରବର୍ତୀ ସମୟରେ ତାଙ୍କଦ୍ୱାରା ପ୍ରାକାଶିତ ପ୍ରଜାତନ୍ତ୍ର ଓଡିଆ ଭାଷା ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମରେ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲା ବୋଲି ଶ୍ରୀଯୁକ୍ତ ପ୍ରଧାନ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଶ୍ରୀଯୁକ୍ତ ପ୍ରଧାନ ଡଃ ହରେକୃଷ୍ଣ ମହତାବ ରିସୋର୍ସ ସେଂଟରର ଲୋଗ ଉନ୍ମୋଚନ କରିଥିଲେ।

ଏହି ଇ-ଉଦ୍‍ଘାଟନ ଉତ୍ସବରେ ଲୋକସଭା ସାଂସଦ ଏବଂ ପ୍ରଜାତନ୍ତ୍ରର ସମ୍ପାଦକ ଭର୍ତୃହରି ମହତାବ, ଏମ.ଜି.ଏମ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁଧିର ଗାଭାନେ, ହରିଦେବ ଯୋଶୀ ସାମ୍ବାଦିକ ଓ ଗଣମାଧ୍ୟମ ବିଶ୍ୱବିଦ୍ୟାଳୟ, ଜୟପୁରର କୁଳପତି ପ୍ରଫେସର୍‍ ଓମ୍‍ ପ୍ରକାଶ ତାନ୍‍ଭି, ତେଜପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ସୁନିଲ କାନ୍ତ ବେହେରା ଏବଂ ଆଦାମସ ବିଶ୍ୱବିଦ୍ୟାଳୟର ପ୍ରଫେସର ଉଜ୍ଜଳ ଚୌଧୁରୀ ଅଂଶଗ୍ରହଣକରି ସେମାନଙ୍କର ବହୁମୁଲ୍ୟ ମତ ଉପସ୍ଥାପନ କରିଥିଲେ।

ପରେ ତିନିଗୋଟି ପ୍ଲେନାରୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ନୂଆଦିଲ୍ଲୀସ୍ଥିତ ଜାମିଆ ମିଲିୟା ଇସିଲାମିୟା ଅଧିନସ୍ଥ ସେଂଟର୍‍ ଫର୍‍ କଲ୍‍ଚର ମିଡିଆ ଆଣ୍ଡ୍‍ ଗଭର୍ଣ୍ଣାନ୍‍ସର ନିର୍ଦ୍ଧେଶକ ପ୍ରଫେସର ବିଶ୍ୱଜିତ୍‍ ଦାସ, ହାଇଦରାବାଦ ବିଶ୍ୱବିଦ୍ୟାଳୟ ଅଧିନସ୍ଥ କମ୍ୟୁନିଟି ମିଡିଆର ବରିଷ୍ଠ ପ୍ରାଧ୍ୟାପକ ପ୍ରଫେସର ବିନୋଦ ପାଭରାଲା, ୟୂ.ଏସ୍‍.ଏ. କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଗଣମାଧ୍ୟମ ବିଭାଗର ପ୍ରଫେସର ଡଃ ଦେବେନ୍ଦ୍ର ଶର୍ମା, ଡି.ଏମ୍‍.ଇ ମିଡିଆ ସ୍କୁଲ୍‍ ନୋଇଡାର ମୁଖ୍ୟ ତଥା ପ୍ରଫେସର ଡଃ ଆମ୍ବ୍ରିସ୍‍ ସକ୍ସେନା, ଗୁଜୁରାଟ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଏବଂ ଗଣମାଧ୍ୟମ ବିଭାଗର ମୁଖ୍ୟ ପ୍ରଫେସର ଡଃ ସୋନାଲ ପାଣ୍ଡ୍ୟା, ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ୟୁ.ଏମ୍‍.ଆଇ.ଏସ୍‍ର ମୁଖ୍ୟ ଡଃ ଫକୀର ମୋହନ ନାହାକ, ମହୀଶୂର ବିଶ୍ୱବଦ୍ୟାଳୟ ଗଣମାଧ୍ୟମ ଏବଂ ସାମ୍ବାଦିକତା ବିଭାଗର ପ୍ରଫେସର ଏନ୍‍ ଉଷାରାଣୀ, ମୁଦ୍ରା ଇନିଷ୍ଟିଚ୍ୟୁଟ୍‍ ଅଫ୍‍ କମ୍ୟୁନିକେସନ ଗଣମାଧ୍ୟମ ଏବଂ ବିକାଶର ଉପଦେଷ୍ଟା ପ୍ରଫେସର ଅରବିନ୍ଦ ସିହ୍ନା, ଆଇ. ଆଇ.ଏମ୍‍.ସି, ନିଉଦିଲ୍ଲୀର ଇଂରାଜୀ ସାମ୍ବାଦିକତା ବିଭାଗର ପ୍ରଫେସର ସୁରଭି ଦହିଆ, ବ୍ରିଟିଶ ଡେପୁଟି ହାଇ କମିଶନ କଲିକତା, ମୁଦ୍ରଣ ଓ ଯୋଗାଯୋଗ ବିଭାଗର ମୁଖ୍ୟ ଅମିତ ସେନ ଗୁପ୍ତା, ମେସି ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସ୍କୁଲ୍‍ ଅଫ୍‍ ମାସ କମ୍ୟୁନିକେସନ୍‍ର ବରିଷ୍ଠ ଅଧ୍ୟାପକ ଦେବଲିନା ଦତ, ତାମିଲନାଡୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ତଥା ହାଇଦରାବାଦ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ପ୍ରାକ୍ତନ ପ୍ରଧ୍ୟାପକ ପ୍ରଫେସର ବି ପି ସଞ୍ଜୟ, ଏ.ପି.ଜେ ଇନିଷ୍ଟିଚ୍ୟୁଟ୍‍ ଅଫ୍‍ ମାସ କମ୍ୟୁନିକେସନର ନିର୍ଦ୍ଧେଶକ ପ୍ରଫେସର ସଜଳ ମୁଖାର୍ଜୀ, ତେଜପୁର ବିଶ୍ୱବିଦ୍ୟାଳୟ ଗଣମାଧ୍ୟମ ଓ ସାମ୍ବାଦିକତା ବିଭାଗର ମୁଖ୍ୟ ପ୍ରଫେସର ଡଃ ଜୋୟା ଚକ୍ରବର୍ତୀ ଏବଂ ଆଦାମସ୍‍ ବିଶ୍ୱବିଦ୍ୟାଳୟ ସ୍କୁଲ୍‍ ଅଫ୍‍ ମିଡିଆ କମ୍ୟୁନିକେସନ ଓ ଫେସନ୍‍ର ସହକାରୀ ପ୍ରାଧ୍ୟାପକ ଡଃ ନବିନା ଚକ୍ରବର୍ତୀ ପ୍ରମୁଖ ଅଂଶଗ୍ରହଣ କରି ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସମ୍ମିଳନୀର ଅଧ୍ୟକ୍ଷ ଏବଂ ଆଇ.ଏମ୍‍.ଏସ୍‍.ର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢୀ ଅତିଥିମାନଙ୍କର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ, ବରିଷ୍ଠ ଲେଖକ ଦେବ ପ୍ରସାଦ ଦାଶ ଏହି ଇ-ଉଦ୍‍ଘାଟନ ସଭାକୁ ପରିଚାଳାନା କରିଥିଲେ। ଦେଶ ଓ ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଅନେକ ଜ୍ଞାନୀ, ଗୁଣି, ବିଜ୍ଞାନୀ, ଗବେଷକ, ବିଦ୍ୟାର୍ଥୀ, ବୁଦ୍ଧିଜୀବି ଏବଂ ରାଜ୍ୟର ବହୁ ସାମ୍ବାଦିକ ଓ ଗଣମାଧ୍ୟମ ଛାତ୍ରଛାତ୍ରୀ ଏହି ସମ୍ବିଳନୀରେ ଅଂଶଗ୍ରହଣ କରିଥିଲେ।

ଅଧିବେଶନର ଦ୍ୱିତୀୟ ଦିନରେ ୧୦୦ରୁ ଊର୍ଦ୍ଧ୍ବ ଶିକ୍ଷାବିତ୍‍, ଗବେଷକ ଓ ଛାତ୍ରଛାତ୍ରୀ ସେମାନଙ୍କର ଗବେଷଣାତ୍ମକ ସନ୍ଦର୍ଭ ପାଠ କରିବାର କାର୍ଯ୍ୟକ୍ରମ ରହିଛି। ଉଦ୍‍ଯାପନୀ ସମାରୋହରେ ଡଃ ଆମ୍ବେଦକର ଫାଉଣ୍ଡେସନର ନିର୍ଦ୍ଧେଶକ ଡଃ ଦେବେନ୍ଦ୍ର ପ୍ରସାଦ ମାଝି, ମାଖନଲାଲ୍‍ ଚତୁର୍ବେଦୀ ଜାତୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍‍ କେ.ଜି. ସୁରେଶ, କଲିକତା ସ୍ଥିତ ଦୂରଦର୍ଶନର ବରିଷ୍ଠ ସାମ୍ବାଦିକ ସ୍ନେହାଶିଷ ସୁର ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହି ଦୁଇଦିନିଆ ସମ୍ମିଳନୀଟି ଫେସ୍‍ବୁକ୍‍ଏବଂ ୟୁଟ୍ୟୁବ୍‍ରେ ସିଧାପ୍ରସାରଣ ହେଉଅଛି।

Comments are closed.