ବୋଧିସତ୍ୱ ଅନାଗରିକ ଧର୍ମପାଳଙ୍କ ୧୫୬ ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଅନ୍ତରାଷ୍ଟ୍ରୀୟ ମହାବୋଧି ସମିତିର ପ୍ରତିଷ୍ଠାତା ବୋଧିସତ୍ୱ ଅନାଗରିକ ଧର୍ମପାଳଙ୍କ ୧୫୬ ତମ ଜନ୍ମୋତ୍ସବ, ମହାବୋଧି ସମିତି ଓଡିଶା ଶାଖା ପକ୍ଷରୁ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି। ସମିତିର କେନ୍ଦ୍ରୀୟ ଉପସଭାପତି ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଭକ୍ତି ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ କହିଲେ ଯେ ଜଣେ ଶ୍ରୀଲଙ୍କା ଭୁଖଣ୍ଡର ନାଗରିକ ହୋଇ ମଧ୍ୟ ୧୮୯୧ ମସିହାରେ ବୁଦ୍ଧ ଧର୍ମ ଓ ବୌଦ୍ଧ ଧର୍ମପୀଠଗୁଡିକର ପୁନଃରୁଦ୍ଧାର ପାଇଁ ଭାରତବର୍ଷକୁ କାର୍ଯ୍ୟ କ୍ଷେତ୍ର ଭାବେ ବାଛି ନେଇଥିଲେ ଅନାଗରିକ ଧର୍ମପାଳ। ଟ୍ରଷ୍ଟି ଡଃ ସୌରେନ୍ଦ୍ର କୁମାର ମହାପାତ୍ର ସ୍ୱାଗତ ଭାଷଣ ଓ ଉପକୋଷାଧ୍ୟକ୍ଷ ନବୀନ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବୌଦ୍ଧ ଭିକ୍ଷୁ ବୋଧିଶ୍ରୀ, ଭିକ୍ଷୁ ଧର୍ମାଲୋକ ସୂତ୍ରପାଠ କରିଥିଲେ।

 

 

Comments
Loading...