ଜମି ଆବଣ୍ଟନ କମିଟି ​‌​‌ବୖୈଠକ: ୨,୩୭୩ କୋଟିର ୭୬ ପ୍ରସ୍ତାବକୁ ମଞ୍ଜୁରି

ଭୁବନେଶ୍ବର: ରାଜ୍ୟ​‌​‌ରେ କୋଭିଡ୍‌-୧୯ର ପ୍ରଭାବ ବଢ଼ି ବଢ଼ି ଚାଲିଥିଲେ ସୁଦ୍ଧା ପୁଞ୍ଜିନିବେଶ ଅଟକିନାହିଁ ​। ସମ୍ପ୍ରତି ଅନୁଷ୍ଠିତ ଜମି ଆବଣ୍ଟନ କମିଟି (ଏଲ୍‌ଏସି) ​‌​‌ବୖେଠକରେ ​‌୨,୩୭୩ କୋଟି ଟଙ୍କାର ୭୬ଟି ନିବେଶ ପ୍ରସ୍ତାବକୁ ମଞ୍ଜୁରି ମିଳିଥିବା ଜଣାଯାଇଛି ।

ଜମି ଆବଣ୍ଟନ କମିଟିର ବୈଠକ ଶନିବାର ଓଡ଼ିଶା ଶିଳ୍ପ ଉନ୍ନୟନ ନିଗମ (ଇଡ୍‌କୋ) ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ (ସିଏମ୍‌ଡି) ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟ ମଧ୍ୟ​‌ରେ ବିଭିନ୍ନ ପ୍ରକଳ୍ପ ନିମନ୍ତେ ଜମି ଆବଣ୍ଟନ ଲାଗି ଏକାଧିକ ବିଭାଗ ଦ୍ବାରା ପ୍ରଦତ୍ତ ୭୬ଟି ନିବେଶ ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି । ଭିଡିଓ କନ୍‌ଫରେନ୍ସ ଜରିଆରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସବୁ ପ୍ରସ୍ତାବ ଜରିଆରେ ରାଜ୍ୟରେ ୨,୩୭୩ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇପାରିବ । ଏହାଫଳରେ ୪,୦୬୩ଟି କର୍ମନିଯୁକ୍ତି ସୃଷ୍ଟି ହେବ । ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଯୋଗଦେଇଥିବା ଆଜି ଅନୁଷ୍ଠିତ କୋଭିଡ୍‌ ସମ୍ବାଦିକ ସମ୍ମିଳନୀ​‌ରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।

Comments are closed.