ରାଜଧାନୀରୁ ୫ କୋଟିର ଧଳାଜହର ଜବତ ; ୩ ଗିରଫ

ଭୁବନେଶ୍ୱର : ଗତ କିଛି ଦିନ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରୁ ଲକ୍ଷାଧିକ ଟଙ୍କାର ଧଳାଜହର ଜବତ କରାଯାଉଛି। ଆଜି ରାଜଧାନୀ ଉପକଣ୍ଠରୁ ୫ କୋଟି ଟଙ୍କା ଧଳାଜହର ଜବତ କରାଯାଇଥିବା ବେଳେ ସମ୍ପୃକ୍ତ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୩ ଜଣଙ୍କ ମଧ୍ୟରେ ୨ ଜଣ ତମାଣ୍ଡୋ ଓ ଜଣେ ପିପିଲିର ବୋଲି ଜଣାପଡିଛି। ଧଳାଜହର ପାଇଁ ଡିଲ୍‍
ଚାଲିଥିବା ସମୟରେ ଏସଏଟିଏଫ ଟିମ୍‍ ଗିରଫ କରିଛି। ଘଟଣାର ତଦନ୍ତ ଜାରି ରହିଛି।
ସୂଚନା ଯୋଗ୍ୟ,ମେ ୨୮ରେ ବରମୁଣ୍ଡା ଅଞ୍ଚଳରୁ ଆନ୍ତଃରାଜ୍ୟ ଧଳାଜହର ବେପାରୀଙ୍କୁ ଏସଟିଏଫ ଗିରଫ କରିଥିଲେ। ପ୍ରାୟ ୧ କେଜି ୨୩୮ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଏହାର ମୂଲ୍ୟ ୧ କୋଟି ୨୦ ଲକ୍ଷ ଟଙ୍କା । ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନେଙ୍କ ଘର ପଶ୍ଚିମବଙ୍ଗ ଓ ଖୋର୍ଦ୍ଧା ବୋଲି ଜଣାପଡିଥିଲା । ଏହାସହ ସେମାନଙ୍କ ନିକଟରୁ ଏକାଧିକ ନକଲି ପରିଚୟପତ୍ର ମଧ୍ୟ ମିଳିଥିଲା । ଡାକ୍ତର,ପୁଲିସ,ବିଭିନ୍ନ ସଂସ୍ଥାର ମ୍ୟାନେଜର ଥିବା ନକଲି ଆଇ କାର୍ଡ ମଧ୍ୟ ମିଳିଥିଲା।

Comments are closed.