ଚାନ୍ଦବାଲି କୋର୍ଟରେ ଶର୍ମିଷ୍ଠା ଓ ଝୁନା, ପୁଣି ରିମାଣ୍ଡରେ ଆଣିପାରେ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ଦିନକୁ ଦିନ ଘଟଣାକୁ ନେଇ ମିଳୁଛି ନୂଆନୂଆ ତଥ୍ୟ । ହେଲେ ହତ୍ୟା ରହସ୍ୟ ଉପରୁ ପରଦା ହଟିପାରୁନାହିଁ । ମାନସକୁ ହାତ୍ୟାକାରୀ ମାନେ କିପରି ହତ୍ୟା କରିଥିଲେ ସେନେଇ କ୍ରାଇମବ୍ରାଞ୍ଚ ସମସ୍ତ ତଥ୍ୟ ସାମ୍ନାକୁ ଆଣିସାରିଲା ପରେ ବି ଚର୍ଚ୍ଚାରେ ରହିଥିବା ମେମୋରି ଚିପକୁ ନେଇ କୌଣସି  ତଥ୍ୟ ହାସଲ କରିପାରିନାହିଁ କ୍ରାଇମବ୍ରାଞ୍ଚ ।

ହେଲେ ଶର୍ମିଷ୍ଠାର ସହଯୋଗୀ ଝୁନା ଭୋଇକୁ  କ୍ରାଇମ୍‌ବ୍ରାଞ୍ଚ ଜେରା କରିବା ବେଳେ ମେମୋରି ଚିପକୁ ନେଇ ମାତ୍ର କିଛି ତଥ୍ୟ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି । ମାନସ ଚିପ୍‌ ଫେରାଇବାକୁ ୧୦ ହଜାର ଟଙ୍କା ମାଗୁଥିବା ଝୁନା କହିଛି । ତାହା ସହ ମାନସକୁ ଏନେଇ ଟଙ୍କା ଦେବାକୁ ଶର୍ମିଷ୍ଠା ମନା କରୁଥିବା ମଧ୍ୟ କହିଛି ଝୁନୁ । ଘଟଣାକୁ ନେଇ ଶର୍ମିଷ୍ଠା ସହ ଅନ୍ୟ ସହଯୋଗୀ ମାନଙ୍କୁ ଘନଘନ ଜେରା କରିଛି କ୍ରାଇମବ୍ରାଞ୍ଚ ।

ପ୍ରଥମ ପର୍ଯ୍ୟାୟରେ ୫ଦିନିଆ ରିମାଣ୍ଡରେ ଅଭିଯୁକ୍ତ ମାନଙ୍କୁ ଏନେଇ ପଚାରାଉଚରା କରିବା ପରେ ପୁଣି ୩ ଦିନିଆ ରିମାଣ୍ଡରେ ଶର୍ମିଷ୍ଠା ଓ ଝୁନାକୁ ଆଣିଥିଲା କ୍ରାଇମବ୍ରାଞ୍ଚ । ଗତକାଲି ତିନି ଦିନିଆ ରିମାଣ୍ଡର ଅବଧି ଶେଷ ହୋଇଛି । ଆଜି ଉଭୟଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରାଯାଇଛି । ତେବେ ପୁଣିଥରେ ସେମାନଙ୍କୁ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ଆଣିପାରେ ବୋଲି କୁହାଯାଉଛି ।

Comments are closed.