ରାଜ୍ୟ ବାହାରେ ରହିଛନ୍ତି ୧ ଲକ୍ଷ ୫୦ ହଜାର ଓଡ଼ିଆ – ଗୃହ ସଚିବ ସଞ୍ଜୀବ ଚୋପ୍ରା

ଭୁବନେଶ୍ବର: ଓଡ଼ିଆ ଶ୍ରମିକଙ୍କ ସ୍ଥିତି ନେଇ ସୋମବାର ଲୋକସେବା ଭବନରେ ଗୃହ ସଚିବ ସଞ୍ଜୀବ ଚୋପ୍ରାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପରେ ଗୃହ ସଚିବ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଦେଢ଼ ଲକ୍ଷ ଓଡ଼ିଆ ବାହାରେ ଅଛନ୍ତି । ସେଥିମଧ୍ୟରୁ ୪୦ ହଜାର ଲୋକଙ୍କ ସହ ଯୋଗାଯୋଗରେ ଅଛୁ । ବର୍ତ୍ତମାନ ସୁଦ୍ଧା କଣ୍ଟ୍ରୋଲ ରୁମକୁ ୫ ହଜାର ୨୦୦ କଲ ଆସିଛି ।

ସୂଚନା ଅନୁଯାୟୀ, ଗୁଜୁରାଟ, ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳରେ ସବୁଠାରୁ ଅଧିକ ଓଡ଼ିଆ ବାହାରେ ରହିଛନ୍ତି । ସବୁ ଲୋକଙ୍କ ପାଖରେ କିଭଳି ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିବ ତା ଉପରେ ଗୁରୁତ୍ବ ଦିଆଯାଉଛି। ସେମାନଙ୍କୁ ନୋଡାଲ୍ ସେଣ୍ଟର ଜରିଆରେ ଯୋଗାଯୋଗ ଲାଗି ଚେଷ୍ଟା ଚାଲିଥିବା ଗୃହ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ।

Comments are closed.