ସ୍ତ୍ରୀକୁ ଛୁରୀ ଭୁସିଲା ସ୍ୱାମୀ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୁଣି ଛରାମାଡ। ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଛୁରି ଭୁସିଥିବା ନେଇ ଆଜି ଖବର ମିଳିଛି। ପାରିବାରିକ କଳହରୁ ଏଭଳି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଲକ୍ଷ୍ମୀସାଗର ଥାନା ବଙ୍ଗଳାବସ୍ତିିରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇ କଟକ ସ୍ଥାନାନ୍ତର କରାଯାଇଛି। ମହିଳାଙ୍କ ସ୍ୱାମୀଙ୍କୁ ଲକ୍ଷ୍ମୀସାଗର ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି।  ଘଟଣାର ତଦନ୍ତ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।
ସୂଚନା ଯୋଗ୍ୟ,ସହିଦ ନଗର ଥାନା ଅନ୍ତର୍ଗତ ସୈନିକ ସ୍କୁଲ ନିକଟରେ ଗତ ଶନିବାର ଛୁରାମାଡ଼ କରାଯାଇଥିଲା। ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଆହତ ହୋଇ ଥିଲେ।

Comments are closed.