ଓକିଲ ସଂଘ ପକ୍ଷରୁ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଓ ମହମବତୀ ଶୋଭାଯାତ୍ରା

ଭୁବନେଶ୍ୱର: ସିଡିଏସ୍‍ ବିପିନ ରାୱତ ଓ ଓଡ଼ିଆ ବାୟୁସେନାଧିକାରୀ ରାଣାପ୍ରତାପ ଦାସ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ବୀର ପୁଅକୁ ଝୁରୁଛି ଦେଶ। ସେହି ଦୁର୍ଘଟଣାରେ ଶହୀଦମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଏକ ଶୋକସଭା ଓ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ସଂଘର ସଭାପତି ନିର୍ମଳ କିଶୋର ରଥ, ଉପସଭାପତି ଦେବୀଦତ ବାରକ୍‍, ସମ୍ପାଦକ ରାଜ୍‍ କିଶୋର ଦାସ, ଯୁଗ୍ମ ସମ୍ପାଦକ ଅଶୋକ ବଡ଼ପଣ୍ଡା ଓ ଶତାଧିକ ଆଇନଜୀବୀ ସାମିଲ ହୋଇଥିଲେ।

Comments are closed.