ରାଜଧାନୀରେ ସିରିଜ ଦୁର୍ଘଟଣା ; ୪ ବାଇକ ଚୁନା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବୁଧବାର ସିରିଜ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ କାର ଧକ୍କାରେ ୪ ବାଇକ ଭାଙ୍ଗି ଚୁନା ହୋଇଯିବା ସହ ସମ୍ପୃକ୍ତ ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି। ପ୍ରଥମେ ଉକ୍ତ କାରଟି ବାଣୀବିହାରରେ ବାଇକକୁ ଧକ୍କା ଦେବା ପରେ ପୁଲିସ କାରଟିକୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର କାରଟି ଖସି ପଳାଇବାକୁ ଉଦ୍ୟମ କରି ଅନ୍ୟ ୩ ବାଇକ ଆରୋହୀଙ୍କୁ ଗୋଟେ ପରେ ଗୋଟେ ଧକ୍କା ଦେଇଥିଲା। ୪ଟି ଯାକ ବାଇକ ଭାଙ୍ଗିରୁଜି ଯାଇଥିବା ଜଣାପଡିଛି। କାରରେ ଥିବା ୨ ଜଣଙ୍କୁ ଅଟକ ରଖାଯିବା ସହ ସେମାନେ ନିଶାସକ୍ତ ଅବସ୍ଥାରେ ଥିଲେ ବୋଲି ସୂଚନା ମିଳିଛି।

Comments are closed.