ପାସ ବଣ୍ଟନ ବାତିଲ , ଚଳପ୍ରଚଳ ବେଳେ ପରିଚୟ ପତ୍ର ଆବଶ୍ୟକ : ପୁଲିସ କମିଶନର

ଭୁବନେଶ୍ୱର: ପାସ ପାଇଁ ଭିଡ ହେବାରୁ ସ୍ୱତନ୍ତ୍ର ପାସ ବ୍ୟବସ୍ଥାକୁ ପୁଲିସ କମିଶନର ଡ.ସୁଧାଂଶୁ ଷଡ଼ଙ୍ଗୀ  ବାତିଲ କରିଛନ୍ତି। । ସାମାଜିକ ଦୂରତା ଓ ଭିଡକୁ ନ ଆସିବାକୁ  ପରାମର୍ଶ ଦିଆଯାଇଥିବାବେଳେ ଗାଡି ପାସ୍ ପାଇଁ ଥାନାରେ ଲୋକଙ୍କ ଭିଡଦେଖିବାକୁ ମିଳିଥିଲା ।  ଏହାପରେ ପୁଲିସ କମିଶନର ଏହି ପାସ ବ୍ୟବସ୍ଥାକୁ ବାତିଲ କରିଥିଲେ।  ଜରୁରୀକାଳୀନ ସେବାରେ ଏବେ ଲୋକଙ୍କୁ ପାସ ଦିଆଯିବନି ବୋଲି ସେ କହିଛନ୍ତି । ଚଳପ୍ରଚଳ ବେଳେ ପରିଚୟ ପତ୍ର ବ୍ୟବହାର କରନ୍ତୁ । ଏକ ଆଇଟି ପ୍ଲାଟଫର୍ମ ପ୍ରସ୍ତୁତ କରାଯାଉଛି , କାଲି ସୁଦ୍ଧା ଏହି ପ୍ଲାଟଫର୍ମ ପ୍ରସ୍ତୁତ ହୋଇଯିବା ସହ ଲୋକ ଭିଡ ନ ଜମାଇ ଏହି ପ୍ଲାଟଫର୍ମରୁ ସୁବିଧା ପାଇପାରିବେ ବୋଲି କମିଶନର କହିଛନ୍ତି ।

Comments are closed.