ଆଇଏସ୍‍ଏଲ୍‍ ୨୦୨୦-୨୧ରେ ଓଡିଶା ଏଫ୍‍ସି ଦଳ ସହ ଖିମଜୀର ସହଭାଗୀତା

ଭୁବନେଶ୍ୱର: ଦେଶର ସବୁଠାରୁ ବଡ ଫୁଟବଲ ପର୍ବ- ଇଣ୍ଡିଆନ୍‍ ସୁପର୍‍ ଲିଗ୍‍ (ଆଇଏସ୍‍ଏଲ୍‍)ର ସପ୍ତମ ସଂସ୍କରଣ ଆରମ୍ଭ ହେବାକୁ ହୋଇଛି, ଯାହା ସମଗ୍ର ଦେଶରେ ଖେଳ ପ୍ରେମୀଙ୍କୁ ଫୁଟବଲ ଜ୍ୱରରେ ଆକ୍ରାନ୍ତ କରିଛି। ଓଡିଶାର ଫୁଟବଲ ପ୍ରେମୀମାନଙ୍କ ପାଇଁ, ଓଡିଶାର ସବୁଠାରୁ ବିଶ୍ୱସ୍ତ ତଥା ପୁରାତନ ଜୁଏଲର୍ସ ବ୍ରାଣ୍ଡ,ଖିମଜିର ସକ୍ରିୟ ଅଂଶଗହଣ ଏହି ଉଷ୍ମତାକୁ ଆହୁରି ଦ୍ୱିଗୁଣିତ କରିବ। ଚଳିତ ବର୍ଷ ଖିମଜୀ ଓହିଶାର ନିଜ ଦଳ ଓଡିଶା ଏଫସିକୁ ପ୍ରଯୋଜନା କରି କ୍ରୀଡାବିତ୍‍ ଓ କ୍ରୀଡାପ୍ରେମୀଙ୍କୁ ବେଶ୍‍ ଉତ୍ସାହିତ କରିଛି। କୋଭିଡ-୧୯ ମଧ୍ୟରେ ଏହା ହେଉଛି ପ୍ରଥମ ମେଗା କ୍ରୀଡା ଇଭେଣ୍ଟ ଯାହା ନଭେମ୍ବର ୨୦ରୁ ଗୋଆରେ ଆରମ୍ଭ ହୋଇଯାଇଛି। ଏଥିରେ ଓଡିଶା ଏଫସି ଦଳ ଦ୍ୱାରା ପ୍ରଦାନ କରାଯାଉଥିବା କଳା ଏବଂ ଧଳା ଜର୍ସିରେ ଅନ୍ୟ ପ୍ରଯେ।। ଜକମାନଙ୍କ ସହିତ ଖିମଜୀର ଲୋଗୋ ସ୍ଥାନ ପାଇବ।

ଏହି ଅବସରରେ ଖିମଜି ଜୁଏଲର୍ସ ଏବଂ ଖିମଜି ଗ୍ରୁପ୍ର ନିର୍ଦ୍ଦେଶକ ମିତେଶ ଖିମଜି କହିଛନ୍ତି, “ଆମ ରାଜ୍ୟର ନିଜସ୍ୱ ଆଇଏସ୍‍ଏଲ୍‍ ଦଳ ଓଡିଶା ଏଫସିର ଅଫିସିଆଲ ପାର୍ଟନର ହୋଇଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ। ନିଜର ପ୍ରଥମ ସିଜିନ୍‍ରେ ଓଡିଶା ଏଫସିର ପ୍ରଦର୍ଶନ ଅତ୍ୟନ୍ତ ଉତ୍ସାହଜନକ ଥିଲା ଏବଂ ଚଳିତ ସିଜିନ୍‍ରେ ଦଳ ତାଠାରୁ ଅଧିକ ଶକ୍ତିଶାଳୀ ଉପିସ୍ଥିତି ଯାହିର କରିବ ବୋଲି ଆମେ ଆଶା ରଖିଛୁ। ୧୯୩୬ ମସିହାରୁ ରାଜ୍ୟର ସର୍ବ ପୁରାତନ ଘରୋଇ ବିଜନେଶ୍‍ ଗ୍ରୁପ୍‍ମାନଙ୍କ ମଧ୍ୟରୁ ଖିମଜି ଜୁଏଲର୍ସ ଅନ୍ୟତମ ହୋଇଥିବାରୁ ଏହି ଭଳି ସହଭାଗିତାକୁ ଆମେ ଆମର ଦାୟିତ୍ୱ ମନେ କରୁଛୁ ଏବଂ ଆଗାମୀ ଦିନ ମାନଙ୍କରେ ଅଧିକ ରୁ ଅଧିକ ଏହିଭଳି ପଦକ୍ଷେପ ହାତକୁ ନେଇ ରାଜ୍ୟର ବିଭିନ୍ନ ପ୍ରତିଭା ଓ ଦକ୍ଷତାମାନଙ୍କୁ ଉତ୍ସାହିତ କରିବା ପାଇଁ ଚେଷ୍ଟା କରିବୁ।

ଓଡିଶା ଏଫସି ଦଳ ୨୦୧୯-୨୦ ସିଜିନ୍‍ରେ ପ୍ରଥମ ଥର ପାଇଁ ଆଇଏସଏଲ ରେ ଭାଗନେଇ ତାର ଲଢୁଆ ପ୍ରଦର୍ଶନରେ ଫୁଟବଲ ପ୍ରେମୀଙ୍କୁ ଚକିତ କରିଥିଲା। ଦୁର୍ଭାଗ୍ୟବସତ ଦଳକୁ ଉକ୍ତ ସିଜିନ୍‍ରେ ଷଷ୍ଠ ସ୍ଥାନ ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ସତ କିନ୍ତୁ ପ୍ରଦର୍ଶନ ଏତେ ମଜବୁତ୍‍ ଥିଲା ଯେ ଦଳର ଉଜ୍ଜଳ ଭବିଷ୍ୟତ ସେହିଥିରୁ ବାରି ହୋଇପଡୁଥଲା। ଚଳିତ ବର୍ଷ, ଓଡିଶା ଏଫସି ନିଜର ଶକ୍ତିଶାଳୀ ଦଳ ସହିତ ଆଇଏସ୍‍ଏଲ ୨୦୨୦-୨୧ ସିଜିନ୍‍ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହୋଇଯାଇଛି।

କ୍ରୀଡାରେ କର୍ପୋରେଟମାନଙ୍କ ଯୋଗଦାନ ଏବଂ ଏହାର ପ୍ରଭାବ ବିଷୟରେ ରାଜ୍ୟ ପ୍ୟାନେଲ୍‍ ଫୁଟବଲ୍‍ ରେଫରି,ୠଇଙ,ବରିଷ୍ଠ ପ୍ୟାନେଲ କ୍ରିକେଟ ଆମ୍ପାୟାର (ଏଲ୍‍୧), ଓସିଏ ଆଣ୍ଡ ସ୍ପୋର୍ଟ ସ୍ତମ୍ଭାକାର ନିର୍ମଳ ମିଶ୍ର କହିଛନ୍ତି ଯେ,“ଚଳିତ ଆଇଏସ୍‍ଏଲରେ ଓଡିଶାର ବୃହତ କର୍ପୋରେଟ ହାଉସ୍‍ ଖିମଜୀର ଓଡିଶା ଏଫସି ସହିତ ସହଭାଗିତା ବିଷୟରେ ଶୁଣି କ୍ରୀଡାପ୍ରେମୀ ଅତ୍ୟନ୍ତ ଆନନ୍ଦିତ। ଖିମଜୀ ଭଳି ଏକ ସଂସ୍ଥା ଓଡିଶା ଏଫସିକୁ ସ୍ପନ୍‍ସର୍‍ କରିବା ରାଜ୍ୟ କ୍ରୀଡା ମହଲ ପାଇଁ ନିଶ୍ଚିିତ ରୂପେ ଏକ ଶୁଭ ସଙ୍କେତ କାରଣ ଏହାକୁ ଦେଖି ଅଧିକ ରୁ ଅଧିକ କର୍ପୋରେଟ ହାଉସ ନୂତନ ଯୁଗର କ୍ରୀଡା ପ୍ରତି ଆଗ୍ରହ ଦେଖାଇବେ ଯାହା ରାଜ୍ୟରେ କ୍ରୀଡାର ସ୍ତରକୁ ନିଶ୍ଚିତ ରୂପେ ଅତ୍ୟନ୍ତ ସଂକରାତ୍ମକ ଭାବରେ ପ୍ରଭାବିତ କରିବ।

ଖିମଜିର କିଛି ଉଚ୍ଚସ୍ତରୀୟ କାର୍ଯ୍ୟକଳାପ ପାଇଁ ଏହାକୁ ଅନେକ ଜାତୀୟ ଫୋରମ୍‍ରେ ପୁରଷ୍କୃତ କରାଯାଇଛି। ନିକଟରେ ଏହି ବ୍ରାଣ୍ଡ ଓଡିଶାର ସବୁଠାରୁ ବିଶ୍ୱସ୍ତ ଜୁଏଲର୍ସ ଭାବରେ ଟାଇମ୍ସ ବିଜ୍‍ନେସ୍‍ ଆୱାର୍ଡରେ ଆଚ୍ଛାଦିତ ହୋଇଛି। ଏହା ବ୍ୟତୀତ ଏହାର ସିଏସ୍‍ଆର ୱିଙ୍ଗ୍‍ ଖିମଜୀ ଫାଉଣେଣ୍ଡଶନ୍‍ ସମାଜର କଲ୍ୟାଣ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରୁଛି। ବାତ୍ୟା ଫୋନି ଓଡିଶାରେ ପ୍ରଭାବ ପକାଇବା ସମୟରେ, ଖିମଜୀ ସିଏମ୍‍ ରିଲିଫ୍‍ ପାଣ୍ଠିକୁ ୨୧ଲକ୍ଷର ସହାୟତା ଯୋଗାଇ୍‍ଥିଲେ। ଏହା ସହ ଦଶମ ଶ୍ରେଣୀ ବୋର୍ଡରେ ଛାତ୍ରଛାତ୍ରୀଙ୍କ ଶ୍ୱନ୍ୟ ବିଫଳତାକୁ ନିଶ୍ଚିତ କରିବା ପାଇଁ ଓଡିଶା ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ‘ମିଶନ୍‍ ଜିରୋ-ଏଫ୍‍’ ପଦକ୍ଷେପରେ ୧୫ଲକ୍ଷ ଟଙ୍କା ସହାୟତା ଯୋଗାଇଛି। ଏହି ଗ୍ରୁପ୍‍ ବାରିପଦାଠାରେ ଗରିବ ପିଲାଙ୍କୁ ସର୍ବୋତମ ଶିକ୍ଷା ସୁବିଧା ଯୋଗାଇଦବା ପାଇଁ ଏକ ବିଦ୍ୟାଳୟର ନିର୍ମାଣ କରୁଛି। କୋଭିଡ-୧୯ର ତାଲାବନ୍ଦ ସମୟରେ ଖିମଜୀ ତରଫରୁ ଭୁବନେଶ୍ୱର-କଟକ କମିଶନରେଟ ପୋଲିସକୁ ୫ଲକ୍ଷ ମୂଲ୍ୟର ୧୦୦ ସ୍ପେସିଆଲିଟି କେମିକାଲ୍‍ ସୁଟ୍‍ ପ୍ରଦାନ କରାଯାଇଥିଲା।

Comments are closed.