ରାଜଧାନୀରେ ଫୁଲ ତୋଳିବା ସମୟରେ ମହିଳାଙ୍କ ଠାରୁ ଲୁଟ

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ବୃଦ୍ଧି ପାଉଛି ଲୁଟ ମାମଲା। ଆଜି ସକାଳ ସମୟରେ ଫୁଲ ତୋଳିବା ସମୟରେ ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ଅଞ୍ଚଳରେ ମହିଳାଙ୍କ ଠାରୁ ଲୁଟ ହୋଇଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ସକାଳେ ଜଣେ ମହିଳା ଫୁଲ ତୋଳିବା ସମୟରେ ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ଖଣ୍ଡାରେ ଆକ୍ରମଣ କରିବା ସହ ଲୁଟ କରିଛନ୍ତି। ଲୁଟ ବେଳେ ମହିଳାଙ୍କ ପାଟି ଶୁଣି ତାଙ୍କ ସ୍ୱାମୀ ଘର ବାହାରକୁ ଆସି ରକ୍ଷା କରିବା ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ବୋଲି ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.