ମାନବାଧିକାର ଆୟୋଗରେ ଶୁଣାଣି ବନ୍ଦ

ଭୁବନେଶ୍ବର: କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ରାଜ୍ୟ ସରକାର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ଚଳିତ ମାସ ୩୧ ତାରିଖ ପର୍ୟ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ମାନବାଧିକାର ଆୟୋଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଶୁଣାଣିକୁ ବାତିଲ କରାଯାଇଛି। ଅଭିଯୋଗକାରୀଙ୍କୁ ଆେୟାଗ କାର୍ୟ୍ୟାଳୟ ଆସିବାକୁ ବାରଣ କରାଯାଇଛି। ଅତି ଜରୁରୀ ମାମଲା ଥିଲେ ଆୟୋଗଙ୍କ ଇ-ମେଲ କିମ୍ବା ଫାକ୍ସ (୦୬୭୪-୨୫୭୨୦୧୦)ରେ ଅଭିଯୋଗ ପଠାଇପାରିବେ।

Comments are closed.