ବର୍ଦ୍ଧିତ ହୋଲ୍‌ଡିଂ ଟ୍ୟାକ୍ସ ସ୍ଥଗିତ

ଭୁବନେଶ୍ବର: ଭୁବନେଶ୍ବରରେ ବର୍ଦ୍ଧିତ ହୋଲ୍‌ଡିଂ ଟ୍ୟାକ୍ସ ସ୍ଥଗିତ ରଖିବାକୁ ଘୋଷଣା କରାଯାଇଛି। ଗଣମାଧ୍ୟମ ଆଗରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା ଦେଇ କହିଛନ୍ତି ଯେ ହାଇକୋର୍ଟ ରାୟ ନ ଦେବା ଯାଏ ବର୍ଦ୍ଧିତ ହୋଲ୍‌ଡିଂ ଟ୍ୟାକ୍ସ ସ୍ଥଗିତ ରହିବ। ପୁରୁଣାଦର ଅନୁସାରେ ଏବେ ଟିକସ ଆଦାୟ ହେବ। ବେଞ୍ଚମାର୍କ ବଢ଼ିଥିବାରୁ ବିଏମ୍‌ସି ଟିକସ ବଢ଼ାଇବାକୁ ନିଷ୍ପତ୍ତି ହୋଇଥିଲା। ଏ ସମ୍ପର୍କରେ ମଧ୍ୟ ହାଇକୋର୍ଟରେ ମାମଲା ଦାୟର ହୋଇଛି। ଲୋକଙ୍କ ଭାବାବେଗକୁ ଦେଖି ମୁଖ୍ୟମନ୍ତ୍ରୀ ସ୍ଥଗିତ ରଖିବାକୁ ନିର୍ଦେଶ ଦେଇଛନ୍ତି ବୋଲି ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି।

Comments are closed.