ରାଜମହଲ ଓ ଏଜି ଛକ ରାସ୍ତା କଡରୁ ଉଠିଲେ ଫଳ ବ୍ୟବସାୟୀ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରର ରାଜମହଲ ଛକରୁ ଏଜି ଛକ ମଧ୍ୟରେ ରାସ୍ତା କଡରେ ବସୁଥିବା ଫଳ ଦୋକାନ ଆଉ ରାସ୍ତା ଉପରେ କିମ୍ବା ହାଟରେ ବସିବେନି । ଫଳ ବ୍ୟବସାୟୀମାନେ ପରିବା ବ୍ୟବସାୟୀଙ୍କ ଭଳି ୟୁନିଟ-୧ ବାଳକ ଉଚ୍ଚବିଦ୍ୟାଳୟର ଖେଳ ପଡିଆରେ ବସିବେ  ।ସେଠାରେ ସକାଳ ୭ ଟାରୁ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ବ୍ୟବସାୟ କରିବେ ବୋଲି ବିଏମସି ପକ୍ଷରୁ ଘଷୋଣା କରାଯାଇଛି । 

ରାଜମହଲ ଛକରୁ ଏଜି ଛକ ମଧ୍ୟରେ ରାସ୍ତା କଡର ଫଲ ବ୍ୟବସାୟୀ ଏବଂ ଏଠାକୁ ଆସୁଥିବା ଗ୍ରାହକଙ୍କ ମଧ୍ୟରେ ସାମଜିକ ଦୂରତା ରହୁନଥିବା କାରଣରୁ  ବିଏମସି ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏପରିକି ରାସ୍ତା ଉପରେ ଅଯଥାରେ ଭିଡ଼ ଜମୁଛି। ତେଣୁ ପରିବା ବ୍ୟବସାୟୀଙ୍କ ଭଳି ଫଳ ବ୍ୟବସାୟୀଙ୍କୁ ବି ୟୁନିଟ-୧ ଖେଳପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ଏବେ ୟୁନିଟ-୧ ପରିବା ହାଟ ଖୋଲିବା ନେଇ କିଛି ନିର୍ଦ୍ଦେଶନାମା ବାହାରିନି। ତେଣୁ ହାଟ ଭିତରେ କେହି ପରିବା ବ୍ୟବସାୟୀ ବସିପାରିବେନି।

Comments are closed.