ଭୁବନେଶ୍ବରରେ ଆଜିଠୁ ୯ ହସ୍ପିଟାଲରେ କୋଭିଡ ଟେଷ୍ଟ

ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମ ଅଞ୍ଚଲରେ ଆଜିଠୁ କରୋନା ଟେଷ୍ଟକୁ ଆହୁରି ଜୋରଦାର କରାଯିବ। ଏ ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ଆଜିଠୁ ଭୁବନେଶ୍ବରରେ ୯ଟି ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ଟେଷ୍ଟ କରାଯିବ। ଏହି କରୋନା ପରୀକ୍ଷା କେନ୍ଦ୍ର ଗୁଡିକ ହେଉଛି ନିଳାଦ୍ରୀ ବିହାର, ୟିନିଟ-୩, ପୋଖରୀପୁଟ, ୟୁନିଟ-୮, ୟୁନିଟ-୯, ସହିଦ ନଗର, ପଟିଆ, ଡୁମଡୁମା ଏବଂ ୟୁନିଟ-୪ ରେ ରାପିଡ ଆଣ୍ଟିଜେନ ଟେଷ୍ଟ କରାଯିବ।  ସକାଳ ୮ ଟାରୁ ଅପରାହ୍ନ ୨ଟ ପର୍ଯ୍ୟନ୍ତ ଏହି ଟେଷ୍ଟ ଚାଲିବ। ଏହି ରାପିଡ ଆଣ୍ଟିଜେନ ଟେଷ୍ଟ କେନ୍ଦ୍ରଗୁଡିକୁ ଲୋକେ ଆସି ଟେଷ୍ଟ କରାଇପାରିବେ।

Comments are closed.