ଆଜି ଭୁବନେଶ୍ବରରେ ୫୧ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୭୧

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ୫୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ ୧୬ ଓ ଲୋକାଲ୍‌ କଣ୍ଟାକ୍ଟ କେସ୍ ୩୫ ଥିବା ଜଣାପଡ଼ିଛି। ଆଜି ଭୁବନେଶ୍ବରରେ ୭୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି। ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଲକ୍ଷ୍ମୀ ସାଗର ୪, ରସୁଲଗଡ଼ ୩, ଜାଗମରା ୩, ଝାରପଡ଼ା ୩,ସାମନ୍ତରାପୁର ୨, ଆଇଆର୍‌ସି ଭିଲେଜ ୨, ପୁରୁଣା ଭୁବନେଶ୍ବର ୨, ଚକେଇ ସିଆଣି ୨, ବରମୁଣ୍ଡା ୨ ଓ ନୟାପଲ୍ଲୀରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଇଗିଣିଆ, ପୋଖରିପୁଟ, ରେଣ୍ଟାଲ୍‌ କଲୋନି, ବାଣୀବିହାର, ସୂର୍ଯ୍ୟନଗର, ୟୁନିଟ-୨, ଡମଣା, ହଂସପାଳ, ସାମନ୍ତରାପୁର, ୟୁନିଟ୍ ୮, ୟୁନିଟ୍‌ ୯, କଳ୍ପନା, ଅଶୋଗନଗର, ଶତାବ୍ଦୀନଗର, ଟଙ୍କପାଣି ରୋଡ୍‌ ଆଦି ଅଞ୍ଚଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ଭୁବନେଶ୍ବରରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୩୦୦୭୦ ହୋଇଥିବାବେଳେ ସେଥିମଧ୍ୟରୁ ୨୯୧୪୫ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୧୨ଜଣ ଚିକିତ୍ସିତ ହେଉଛନ୍ତି। ଆଜି ସୁଦ୍ଧା ଭୁବନେଶ୍ବରରେ ୧୯୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ୟୁଟ୍‌ କରି ସୂଚନା ଦିଆଯାଇଛି।

Comments are closed.