ଆଜି ଭୁବନେଶ୍ବରରୁ ୪୩ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୪୬

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ କେସ୍‌ ୯ ହୋଇଥିବାବେଳେ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ୩୪ ରହିଛି। କ୍ବାରେଣ୍ଟାଇନ୍ କେସ୍‌ ମଧ୍ୟରୁ ଆଇଗିଣିଆରୁ ୩ ଓ କଳିଙ୍ଗନଗରରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ନୟାପଲ୍ଲୀ, ପୁରୁଣା ଭୁବନେଶ୍ବର, ରସୁଲଗଡ଼ ଓ ସୁନ୍ଦରପଦା ଅଞ୍ଚଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲ୍‌ କଣ୍ଟାକ୍ଟ କେସ୍‌ ମଧ୍ୟରୁ ପଟିଆରୁ ୪, ମଞ୍ଚେଶ୍ବର ୩, ସୁନ୍ଦରପଦା ୩, ବଡ଼ଗଡ଼ ୨, ବରମୁଣ୍ଡା ୨, ଜୟଦେବ ବିହାର ୨, ଝାରପଡ଼ା ୨, ଲକ୍ଷ୍ମୀସାଗର ୨ ଏବଂ ନୟାପଲ୍ଲୀରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବିଜେବି ନଗର, ଚନ୍ଦ୍ରଶେଖରପୁର, କାନନ ବିହାର, ଖାରବେଳନଗର, ମହାବୀର ନଗର, ପୁରୁଣା ଭୁବନେଶ୍ବର, ପୋଖରୀପୁଟ, ରବି ଟକିଜ୍‌ ଛକ, ଶୈଳଶ୍ରୀବିହାର ଓ ସାମନ୍ତରାପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ଭୁବନେଶ୍ବରରେ ମୋଟ ୩୦୯୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୨୯୯୭୫ଜଣ ସୁସ୍ଥ ହୋଇଛନ୍ତି ଓ ୪୭୭ଜଣ ଚିକିତ୍ସିତ ହେଉଛନ୍ତି। ଆଜି ସୁସ୍ଥା କରୋନା ଆକ୍ରାନ୍ତରେ ୨୧୮ଜଣଙ୍କ ମୃତ୍ୟୁ ହୋଇଛି ବୋଲି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments are closed.